ଅନ୍ତର୍ଜାତୀୟ

ଇରାନ୍‌ରେ ହିଜାବକୁ ଜୋର୍‌ଦାର ବିରୋଧ: ରାଜରାସ୍ତାକୁ ଓହ୍ଲାଇଲେ ମୁସ୍ଲିମ ମହିଳା

ଭାରତରେ କିଛିଦିନ ତଳେ ହିଜାବ ପିନ୍ଧିବାକୁ ନେଇ ବିବାଦ ଦେଖାଦେଇଥିଲା। ବିଦ୍ୟାମନ୍ଦିର କିଛିଦିନ ପାଇଁ ଧର୍ମସ୍ଥଳ ପରି ମନେହେଲା। ଭଉୟ ସମ୍ପ୍ରଦାୟ ଡ୍ରେସ୍ କୋଡ୍‌ ନିୟମ ଭୁଲି ଧର୍ମୀୟ ପୋଷାକ ପିନ୍ଧିବାକୁ ଜିଦ୍ ଧରିଥିଲେ। ହେଲେ ଇରାନ୍‌ କିନ୍ତୁ ଏହାର ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି। ଇସ୍‌ଲାମ ଦେଶ ଇରାନ୍‌ରେ ମୁସ୍ଲିମ ମହିଳା ହିଜାବ ପିନ୍ଧିବାକୁ ବିରୋଧ କରି ପ୍ରଦର୍ଶନ କରିବା ଆରମ୍ଭ କରିଦେଇଛନ୍ତି ।  ଇରାନୀ ମହିଳାମାନେ ହିଜାବ ବିରୋଧ କରି ରାସ୍ତାରେ ବିକ୍ଷୋଭ ପ୍ରଦର୍ଶ କରିବା ଆରମ୍ଭ କରିଦେଇଛନ୍ତି। ସର୍ବସାଧାରଣ ସ୍ଥାନରେ ମହିଳାମାନେ ହିଜାବ ହଟାଇବା ସହ ଏହାର ଭିଡିଓ ମଧ୍ୟ ତିଆରି କରୁଛନ୍ତି। ଇରାନୀ ମହିଳାମାନେ ହିଜାବ ବିରୋଧ କରି ରାସ୍ତାରେ ବିକ୍ଷୋଭ ପ୍ରଦର୍ଶ କରିବା ଆରମ୍ଭ କରିଦେଇଛନ୍ତି। ସର୍ବସାଧାରଣ ସ୍ଥାନରେ ମହିଳାମାନେ ହିଜାବ ହଟାଇବା ସହ ଏହାର ଭିଡିଓ ମଧ୍ୟ ତିଆରି କରୁଛନ୍ତି। ଇରାନର ସରକାରୀ ନ୍ୟୁଜ୍ ଏଜେନ୍ସି ଅନୁସାରେ, ମହିଳାମାନେ ହିଜାବ ହଟାଇବାର ଭିଡିଓ ପୋଷ୍ଟ କରି ଇସ୍ଲାମିକ୍ ରିପବ୍ଲିକର କଡ଼ା ହିଜାବ ନିୟମକୁ ବିରୋଧ କରୁଛନ୍ତି। ଇରାନରେ ମହିଳାଙ୍କୁ ହିଜାବ ପିନ୍ଧି କେଶ ଲୁଚାଇବା ବାଧ୍ୟତାମୂଳକ। ଏଣୁ ଇରାନରେ ଅନେକ ସମୟରେ ହିଜାବକୁ ନେଇ ବିରୋଧ ହୋଇଥାଏ। ହେଲେ ମଙ୍ଗଳବାର(୧୨ ଜୁଲାଇ) ଇରାନର ଅଧିକାରୀମାନେ ହିଜାବ ଏବଂ ଶୁଦ୍ଧତା ଦିବସ ଘୋଷଣା କରିବା ପରେ ଏହାକୁ ଜୋର୍‌ଦାର ବିରୋଧ କରିଥିଲେ ଇରାନୀ ମହିଳା। ରାସ୍ତାକୁ ଓହ୍ଲାଇ ବିରୋଧ କରିବା ସହ ହିଜାବ ପିନ୍ଧି ଭିଡିଓ ବନାଇଥିଲେ। କେବଳ ମହିଳାମାନେ ନୁହଁନ୍ତି ପୁରୁଷମାନେ ମଧ୍ୟ ଇରାନ ହିଜାବ ନିୟମକୁ ବିରୋଧ କରୁଛନ୍ତି। ମହିଳାମାନେ ବିନା ହିଜାବରେ ସର୍ବାସାଧାଣ ସ୍ଥାନରେ ଯିବାଆସିବା କରୁଥିବା ଦେଖିବାକୁ ମିଳୁଛି। ହିଜାବ ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ଇରାନ ସରକାର ସେନାକୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ମହିଳାମାନଙ୍କ ବିଦ୍ରୋହ କିନ୍ତୁ ତେଜିବାରେ ଲାଗିଛି। ୧୯୭୯ ମସିହାରେ ଇସ୍ଲାମିକ କ୍ରାନ୍ତି ପରେ ଇରାନରେ ହିଜାବକୁ ବାଧ୍ୟତାମୂଳକ କରାଯାଇଥିଲା। ଏହାପର ଠାରୁ ୯ ବର୍ଷରୁ ଅଧିକ ବୟସର ଝିଅ ଓ ଇରାନୀ ମହିଳାଙ୍କ ସର୍ବସାଧାଣ ସ୍ଥାନରେ ହିଜାବ ବାଧ୍ୟତାମୂଳକ କରାଯାଇଥିଲା।  ଏହାପର ଟାରୁ ସରକାରୀ ନିର୍ଦ୍ଦେଶକୁ ବିରୋଧ କରିଆସୁଛନ୍ତି ଇସ୍ଲାମ ମହିଳା। ସରକାରୀ ନିର୍ଦ୍ଦେଶରେ ବିରୋଧରେ କେତେ ମହିଳା ହିଜାବ ନ ପିନ୍ଧି ମନ ପସନ୍ଦର କପଡ଼ା ପିନ୍ଧୁଛନ୍ତି। ହେଲେ ୧୨ ତାରିଖରେ ହିଜାବ ଏବଂ ଶୁଦ୍ଧତା ଘୋଷଣା କରିବା ପରେ ଆନ୍ଦୋଳନ ତୀବ୍ର ହୋଇଛି। ଏହା ପୂର୍ବରୁ ନ୍ୟୁୟର୍କ ସ୍ଥିତ ଇରାନର ମାନବାଧିକାର ପାଇଁ ଅନ୍ତର୍ଜାତୀୟ ଅଭିଯାନ(ICHRI) ୧୨ ଜୁଲାଇରେ ଇରାନ୍‌ରେ ହିଂସା ହେବ ବୋଲି ଆଗୁ ଆସୂଚନା ଦେଇଥିଲା। ଯାହା ସତ ହୋଇଛି। ଏପର୍ଯ୍ୟନ୍ତ ଏହି ମାମଲାରେ ୧୧ ଜଣଙ୍କୁ ଗିରଫ କରାଯାଇଛି। ଇରାନ୍‌ରେ ହିଜାବ ନପିନ୍ଧିଲେ ସରକାର ଉକ୍ତ ମହିଳାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ମହିଳାଙ୍କୁ ଜେଲ୍ କିମ୍ବା ଭାଇ ଜୋରିମାନା ଦେବାକୁ ପଡ଼ିପାରେ। ୨୦୧୯ରେ ହୋଇଥିବା ଆନ୍ଦୋଳନରେ ତେହରାନରେ ରିଭ୍ୟୁଲେଶନରୀ କୋର୍ଟ ଅଧକ୍ଷ ହିଜବା ହଟାଇବା ଭିଡିଓ ଶେୟାର କରିବାକୁ ୧୦ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com