ଓଡ଼ିଶା

ନଦୀପଠାରୁ ଜଣଙ୍କ ମୃତଦେହ ଉଦ୍ଧାର, ୨ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କଲା ପୋଲିସ

ଖଣ୍ଡପଡା: ନଦୀ ପଠାରୁ ମୃତଦେହ ଉଦ୍ଧାର ହୋଇଛି । ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା କିଆଝର ପଞ୍ଚାୟତ ଗିରିଡ଼ିପଲ୍ଲୀ ଗ୍ରାମ ନିକଟରେ ଥିବା ନଦୀପଠାରୁ ମୃତଦେହ ଉଦ୍ଧାର ହୋଇଛି । ଏହାସହ ଦୁଇ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି ।

ତେବେ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିମାନେ ସମ୍ବଲପୁର, ହୀରାକୁଦ ଅଞ୍ଚଳର ବୋଲି ସୂଚନା ମିଳିଛି । ଖଣ୍ଡପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଆହତ ଦୁଇ ଜଣଙ୍କୁ ଉଦ୍ଧାର କରିଛି । ତେବେ ହନୁମାନ ପଇସା ପାଇଁ ଏଭଳି କାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଘଟଣା ପଛର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com