ଜାତୀୟଶିକ୍ଷା

ପିଏମ ଶ୍ରୀ ଯୋଜନାକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ ; ୦୭।୦୯ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଜି ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ଦେଶର ୧୪,୫୦୦ ବିଦ୍ୟାଳୟର ନବୀକରଣ ନିଷ୍ପତ୍ତି ଅନୁମୋଦନ ହୋଇଛି । ‘ପିଏମ- ଶ୍ରୀ’ ଯୋଜନା ଅଧୀନରେ ଏହି ବିଦ୍ୟାଳୟଗୁଡ଼ିକର ନବୀକରଣ କରାଯିବ । ଏହି ବିଦ୍ୟାଳୟରେ କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ । ଶିକ୍ଷା ମନ୍ତ୍ରଣାଳୟର “ପିଏମ ଶ୍ରୀ” ଯୋଜନାକୁ ମୋଦି କ୍ୟାବିନେଟ ଅନୁମୋଦନ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିକ୍ଷକ ଦିବସ ଅବସରରେ ଏହା ଘୋଷଣା କରିଥିଲେ । ଏହି ଯୋଜନା ଅଧୀନରେ ସମଗ୍ର ଦେଶରେ ୧୪,୫୦୦ ବିଦ୍ୟାଳୟର ବିକାଶ ଓ ପୁନଃ ନିର୍ମାଣ ହେବ । ଏହା ସହିତ କିଛି ନୂତନ ବିଦ୍ୟାଳୟ ମଧ୍ୟ ନିର୍ମାଣ କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com