ଜାତୀୟ

ମହାରାଷ୍ଟ୍ରରେ ଚିହ୍ନଟ ହେଲା ଆମେରିକାରେ ଆତଙ୍କ ଖେଳାଇଥିବା ଓମିକ୍ରନର ଉପ ଭାରିଏଣ୍ଟ, କେନ୍ଦ୍ର ସରକାର ଜାରି କଲେ ନୋଟ୍

ମୁମ୍ବାଇ: ଆମେରିକାରେ ତୀବ୍ର ବ୍ୟାପୁଥିବା ଓମିକ୍ରନର ସବ୍ ଭାରିଏଣ୍ଟ  ବିଏ୨.୧୨.୧ର କିଛି ନମୁନା ଏବେ ମହାରାଷ୍ଟ୍ରରେ ଠାବ ହୋଇଛି। ତେବେ ରାଜ୍ୟରେ ଏହାର ପ୍ରସାର ଏବେବି ସୀମିତ ରହିଛି। ରାଜ୍ୟରେ ସଂକ୍ରମଣ କରୁଥିବା ଭାରିଏଣ୍ଟ ଉପରେ ନଜର ରଖିବା ଲାଗି ଜିନୋମ ସିକ୍ୱେନସିଂକୁ ମଜଭୁତ କରିବାକୁ କୁହାଯାଇଛି। ମଙ୍ଗଳବାର ମହାରାଷ୍ଟ୍ର ଓ ମୁମ୍ବାଇ ସହରରେ ୫୦ ପ୍ରତିଶତରୁ ଅଧିକ ବୃଦ୍ଧି ରେକର୍ଡ କରାଯାଇଛି।

ଗତ ସୋମବାର ମହାରାଷ୍ଟ୍ରରେ ସର୍ବନିମ୍ନ ୧,୮୮୫ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୧୪ ଜୁନ ମଙ୍ଗଳବାର ଏହି ହାର ୫୦ ପ୍ରତିଶତ ବୃଦ୍ଧି ସହ ୨ ହଜାର ୯୫୬କୁ ପହଞ୍ଚିଛି। ମୁମ୍ବାଇରେ ମଧ୍ୟ ସୋମବାର ୧ ହଜାର ୧୧୮ ମାମଲା ତୁଳନାରେ ମଙ୍ଗଳବାର ୧ହଜାର ୭୨୪ ମାମଲା ରେକର୍ଡ ହୋଇଛି। ୨୬ ଏପ୍ରିଲ ପରେ ରାଜ୍ୟରେ କରୋନା ଯୋଗୁ ୪  ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ମୁମ୍ବାଇରେ ହସ୍ପିଟାଲରେ ଭର୍ତ୍ତି ଆକ୍ରାନ୍ତଙ୍କ ସଂଖ୍ୟା ୭୫ରେ ସ୍ଥିର ରହିଛି।

ଏଥିରେ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ନୋଟ୍ ଲେଖି ସତର୍କ କରିଛନ୍ତି।   ଏଥିରେ ଓମିକ୍ରନର ଉପଭାରିଏଣ୍ଟ ବିଏ୨.୧୨.୧ ସମେତ ବିଏ ୫. ଓ ବିଏ୪. ଭାରିଏଣ୍ଟ ବିଶ୍ୱସ୍ତରରେ ବଢୁଥିବା ବେଳେ ଆମ ଦେଶରେ ମଧ୍ୟ ମିଳିବାରେ ଲାଗିଲେଣି. କେନ୍ଦ୍ର ସରକାରଙ୍କ ନୋଟ୍ ଅନୁସାରେ ବିଏ୨.୧୨.୧ ଯୋଗୁ ଉତ୍ତର ଆମେରିକାରେ କରୋନା ସଂଖ୍ୟାରେ ବୃଦ୍ଧି ଦେଖାଯାଇଛି। ଏହାର କିଛି ମାମଲା ଏବେ ମହାରାଷ୍ଟ୍ର ଓ ତାମିଲନାଡୁରେ ମଧ୍ୟ ଦେଖା ଯାଇଥିବା ସତର୍କ କରାଯାଇଛି।

ଭାଇରୋଲଜିଷ୍ଟ ଶାହିଦ ଜମିଲ ଓମିକ୍ରନର ୨ ଭାରିଏଣ୍ଟରୁ ବିଏ୧. ଓ ବିଏ୨.ରେ ପରିବର୍ତ୍ତନ ଆସିଥିବା କହିଛନ୍ତି। ଏଥିରୁ ବିଏ୨. ତୀବ୍ର ବ୍ୟାପିଥିଲା କାରଣ ପ୍ରଥମରୁ ଥିବା ପ୍ରତିରକ୍ଷା ଏହା ଉପରେ ସେପରି କୌଣସି ପ୍ରଭାବ ପକାଇ ପାରିନଥିଲା ଏଣୁ ବେଶ ପ୍ରସରି ଯାଇଥିଲା। ଏବେ ବିଏ୨. ଅନେକ ଉପଭାରିଏଣ୍ଟରେ ବାଣ୍ଟି ହୋଇଯାଇଛି। ଏଥିରୁ ବିଏ୨.୧୨.୧ ଗୋଟିଏ ବୋଲି ସେ କହିଛନ୍ତି। ତେବେ ବ୍ୟାପକ ଟିକାକରଣ ହୋଇଥିବା ଆବାଦୀରେ ଏହା ବିଶେଷ ପ୍ରଭାବ  ରହିବନି ବୋଲି ସେ କହିଛନ୍ତି।

ବର୍ଷ ଆରମ୍ଭରେ ବିଏ୨.ମୁଖ୍ୟ ଭାରିଏଣ୍ଟ ଭାବେ ଉଭା ହୋଇଥିଲା। ତେବେ ଗତ ୩ ମାସରେ ବିଏ୨.୧୨.୧ ଧିରେ ଧିରେ ପ୍ରସରି ଏବେ ପ୍ରମୁଖ ଭାରିଏଣ୍ଟ ଭାବେ ଦେଖା ଦେଇଛି। ତଥ୍ୟ ଅନୁସାରେ ବିଏ୨.୧୨.୧ ଏବେ ଆମେରିକାରେ ୬୨ ପ୍ରତିଶତ ମାମଲା ଲାଗି ଦାୟୀ ବୋଲି କୁହାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com