ରାଜନୀତି

ରାଜସ୍ଥାନରେ ରାଜ୍ କରିବ ବିଜେପି

ରାଜସ୍ଥାନରେ ରାଜ୍ କରିବ ବିଜେପି । ତେବେ କିଏ ପିନ୍ଧିବ ମୁଖ୍ୟମନ୍ତ୍ରୀ ଶିରିପା । ଛିଡୁନି ଗଣିତ, ତୁଟୁନି ସମସ୍ୟା । ବିଚାର ଚଳାଇଛନ୍ତି ୩ ପର୍ଯ୍ୟବେକ୍ଷକ ଆଉ ଗଭୀର ମାନସ ମନ୍ଥନରେ ନରେନ୍ଦ୍ର ମୋଦି, ଜେପି ନଡ୍ଡା, ଅମିତ ଶାହ ଆଉ ରାଜନାଥ ସିଂହ ।

କାରଣ ରାଜସ୍ଥାନରେ ଗୋଟିଏ ପଟେ ଦବଙ୍ଗ ଲେଡି ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିଏମ୍ ପଦବୀ ପାଇଁ ଅଡି ରହିଥିବାବେଳେ ରେସ୍‌ରେ ଅଛନ୍ତି ଆହୁରି ୬ ପ୍ରମୁଖ ଦାବିଦାର ଚେହେରା । ଯେଉଁମାନେ କି ମୋଦିଙ୍କ ଫର୍ମୁଲା ଅନୁସାରେ ଫ୍ରେଶ୍ ଚେହେରା ମୁଖ୍ୟମନ୍ତ୍ରୀ ପଦ ପାଇଁ । ଏହାରି ମଧ୍ୟରେ ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଯଥାକ୍ରମେ ବିଷ୍ଣୁଦେଓ ସାଏ ଏବଂ ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରାସରିଲାଣି । ଛତିଶଗଡ଼ରେ ଏସଟି ଚେହେରା ହୋଇଥିବାବେଳେ ଉଭୟ ରାଜ୍ୟରେ କିନ୍ତୁ ସମ୍ପୂର୍ଣ୍ଣ ନୂଆ ମୁହଁ । ତେଣୁ ରାଜସ୍ଥାନରେ ସେଭଳି ହିଁ ଘଟିବାକୁ ଯାଉଥିବା କୁହାଯାଉଛି । ତେବେ ଏଠାରେ ଦାବିଦାର ରହିଛନ୍ତି ବସୁନ୍ଧରା ରାଜେ ସିନ୍ଦିଆ, ୭୦ ବର୍ଷୀୟା ବସୁନ୍ଧରା ରାଜ ପରିବାରର ଏବଂ ତିନିଥର ବିଧାୟକ, ୫ ଥରର ସାଂସଦ, ପୂର୍ବତନ ମୁଖ୍ୟମନ୍ତ୍ରୀ ।

ସେହିପରି ନଂ-୨ରେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ । ନିର୍ବାଚନ ଅଭିଯାନରେ ଏହି ବରିଷ୍ଠ ନେତାଙ୍କ ବଡ଼ ଅବଦାନ ରହିଛି ।
ନଂ ୩ରେ ଜୟପୁର ରାଜ ପରିବାର ରାଜକୁମାରୀ ଦୀୟା କୁମାରୀ । ୨୦୧୩ରେ ବିଜେପିରେ ସାମିଲ୍ ହେବା ପରେ ସେ ୩ ନିର୍ବାଚନ ବିଜୟିନୀ । ଜୟପୁର ବେଟି ଭାବେ ତାଙ୍କର ଲୋକପ୍ରିୟତା ଢେର୍ ।

ନଂ୪ରେ ରହିଛନ୍ତି ୪୦ ବର୍ଷୀୟ ବାବା ବାଳକନାଥ । ଯାହାଙ୍କୁ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସହ କେହିକେହି ତୁଳନା କରନ୍ତି । ସେ ମଧ୍ୟ ନୂଆ ଚେହେରା ଭାବେ ମୁଖ୍ୟମନ୍ତ୍ରୀ ଦାବିଦାର ।

ନଂ-୫ରେ ଅର୍ଜୁନ ରାମ ମେଘୱାଲଙ୍କ ନାମ ଚର୍ଚ୍ଚାରେ ରହିଛି । ପ୍ରଶାସନିକ ଦକ୍ଷତାର ଅଧିକାରୀ ଆଇନ ମନ୍ତ୍ରଣାଳୟର ଗୁରୁଦାୟିତ୍ୱରେ ରହିଛନ୍ତି । ବରିଷ୍ଠ ରାଜନେତା ମେଘାୱଲଙ୍କ ରହିଛି ସ୍ୱତନ୍ତ୍ର ପତିଆରା ଏବଂ ଲୋକପ୍ରିୟତା ।
ସେହିପରି ନମ୍ବର ୬ରେ ଅଛନ୍ତି କିରୋଡି ଲାଲ ମିଣା । ଡାକ୍ଟର ସାବ୍ ଓ ବାବା ନାମରେ ଲୋକପ୍ରିୟ ୭୨ ବର୍ଷୀୟ କିରୋଡ଼ି ଲାଲ ମିଣା ଯଦିଓ ସିଏମ ରେସରେ ଅଛନ୍ତି, ତେବେ ଏହି ବରିଷ୍ଠ ରାଜନେତା ଏସଟି ବର୍ଗର । ଏହି ଏସଟି କାର୍ଡ ଛତିଶଗଡ଼ରେ ଆପ୍ଲାଏ ହୋଇଯାଇଥିବାରୁ ବିଜେପି ଏଥର ତାଙ୍କୁ ସିଏମ ପଦବୀ ଦେଇନପାରେ ।

ନଂ-୭ରେ ରହିଛନ୍ତି ସିପି ଯୋଶୀ । ରାଜ୍ୟ ବିଜେପିର ପ୍ରମୁଖ ସିପି ଯୋଶୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଶେଷ ଦାବିଦାର ବୋଲି କୁହାଯାଉଛି ।

ତେବେ ଏହି ସାତ ଜଣ ବରିଷ୍ଠ ଓ ଦା

ବିଦାର ଲିଡର୍ ଭିତରେ ବସୁନ୍ଧରାଙ୍କୁ ଛାଡ଼ିଦେଲେ ସିଏମ୍ ପାଇଁ ଅନ୍ୟମାନେ ନୂଆ ଚେହେରା । କିନ୍ତୁ ଏହି ସପ୍ତ ତାରକାଙ୍କୁ ବାଦ୍ ଦେଇ ବିଜେପି ଆଉଜଣଙ୍କ ମୁଣ୍ଡରେ ସୁନାକଳସ ଢାଳିବାର ସମ୍ଭାବନା ଖୁବ୍ ଅଧିକ । ସିଏ ହେଉଛନ୍ତି ନିର୍ବିବାଦୀୟ ଲିଡର୍ ତଥା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଯିଏ କି ମୋଦିଙ୍କ ଖୁବ୍ ପ୍ରିୟ । ବାଜପେୟୀଙ୍କ ଅମଳରୁ ତାଙ୍କର ରହିଛି ରାଜନୀତିରେ ପରିଚିତି । ଉଭୟ ପ୍ରଶାସନିକ ଓ ରାଜନୀତିକ କ୍ଷେତ୍ରରେ ବେଶ୍ ଦକ୍ଷ । ତେଣୁ ଯାହା କୁହାଯାଉଛି ସମସ୍ତଙ୍କୁ ଚମକାଇ ଦେଇ ଅଶ୍ୱିନୀ ବୈଷ୍ଣବ ପିନ୍ଧି ପାରନ୍ତି ମୁଖ୍ୟମନ୍ତ୍ରୀ ଶିରିପା ।

Related Articles

Back to top button
WP Twitter Auto Publish Powered By : XYZScripts.com