Featuredଅନ୍ତର୍ଜାତୀୟଜାତୀୟ

ଇରାନରେ ଥମୁନି ହିଜାବ ନିଆଁ: ୮ ପ୍ରଦର୍ଶନକାରୀ ମୃତ

ଇରାନରେ ଥମୁନି ହିଜାବ ନିଆଁ ।ବରଂ ତୀବ୍ର ହୋଇଛି ବିରୋଧ । ବଢିଚାଲିଛି ସରକାରଙ୍କ ଜୁଲମ୍ । ବୁଧବାର ଏହି ହିଜାବ ବିରୋଧୀ ଆନ୍ଦୋଳନ ତୀବ୍ର ହେବାରୁ ସୁରକ୍ଷାକର୍ମୀଙ୍କ ଦମନ ଲୀଳା ଦେଖିବାକୁ ମିଳିଛି। ହିଜାବ ନ ପିନ୍ଧି ପୁଲିସ୍‌ ଦ୍ୱାରା ଗିରଫ ପରେ ନିର୍ୟାତନା ଯୋଗୁ ପ୍ରାଣ ହରାଇଥିବା ୨୨ ବର୍ଷୀୟ ଯୁବତୀ ମହସା ଆମିନୀଙ୍କ ହୋମ ଟାଉନରେ ଆନ୍ଦୋଳନ କରୁଥିବା ଲୋକଙ୍କ ଉପରକୁ ସୁରକ୍ଷାକର୍ମୀମାନେ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏଥିରେ ୮ ଜଣ ବିକ୍ଷୋଭକାରୀ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ମାନବାଧିକାର ଉପରେ କାର୍ୟ୍ୟ କରୁଥିବା ଏନଜିଓ ଆମ୍‌ନେଷ୍ଟୀ ଇଣ୍ଟରନ୍ୟାଶନାଲ ଏପରି ତଥ୍ୟ ଦେଇଛି। ସଂସ୍ଥା କହିଛି ଯେ ଇରାନ ସୁରକ୍ଷାବଳ ବୁଧବାର ରାତିରୁ ତା’ର ଦମନଲୀଳା ଆରମ୍ଭ କରିଛି। ହିଜାବ ବିରୋଧରେ ଆନ୍ଦୋଳନ କରୁଥିବା ଲୋକଙ୍କ ଉପରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ ଯୋଗୁ ୮ ଜଣଙ୍କ ଜୀବନ ଯାଇଛି। ସୁରକ୍ଷାକର୍ମୀଙ୍କ ଏପରି ପଦକ୍ଷେପକୁ ସଂସ୍ଥା ନିନ୍ଦା ମଧ୍ୟ କରିଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com