Featuredଅନ୍ତର୍ଜାତୀୟଜାତୀୟ

ମୋଦିଙ୍କ ପାଦଛୁଇଁଲେ ପପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀ

ବର୍ଷ ବର୍ଷର ପରମ୍ପରା ଭୁଲି ମୋଦିଙ୍କୁ ସ୍ୱାଗତ କଲେ

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: ମୋଦୀଙ୍କ ପାଇଁ ଭାଙ୍ଗିଲା ବର୍ଷ ବର୍ଷର ପରମ୍ପରା । ବିଶ୍ୱରେ ବଢୁଛି ଭାରତୀୟ ପରମ୍ପରା ତଥା ପ୍ରଧାନମନ୍ତ୍ରୀଙ୍କ ଲୋକ ପ୍ରିୟତା । ପପୁଆ ନ୍ୟୁ ଗିନିରେ ଦେଖିବାକୁ ମିଳିଛି ଭାରତୀୟ ସଂସ୍କୃତିର ଝଲକ । ଜାପାନ ପରେ ପପୁଆ ନ୍ୟୁ ଗିନିରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପୋର୍ଟ ମୋରେସବିରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯିବା ସହ ଭବ୍ୟ ସ୍ୱାଗତ କରାଯାଇଛି । ଏଥିସହିତ ମୋଦିଙ୍କ ପାଦ ଛୁଇଁ ଆଶ୍ରୀବାଦ ନେଇଥିଲେ ପପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀ ଜେମ୍ସ ମାରାପେ । ଏହି ସମୟରେ ମୋଦି ତାଙ୍କୁ ଉଠାଇ ଆଲିଙ୍ଗନ କରି ପିଠି ଥାପୁଡ଼ାଇ ଥିଲେ । ତେବେ ଉଭୟ ପ୍ରଧାନମନ୍ତ୍ରୀଙ୍କ ବନ୍ଧୁତ୍ୱର ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।

ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି ପପୁଆ ନ୍ୟୁ ଗିନିର ପରମ୍ପରା ଅନୁଯାୟୀ ସୂର୍ଯ୍ୟାସ୍ତ ପରେ ଏହି ଦେଶରେ କୌଣସି ଅତିଥିଙ୍କୁ ରାଜକୀୟ ଢଙ୍ଗରେ ସ୍ୱାଗତ କରାଯାଏ ନାହିଁ । କିନ୍ତୁ ପ୍ରଥମ ଥର ପାଇଁ ଏହି ଦେଶ ମୋଦିଙ୍କ ପାଇଁ ନିଜର ବର୍ଷ ବର୍ଷର ପରମ୍ପରାକୁ ଭାଙ୍ଗିଛି । ଯାହାକି ଏକ ଗରୁତ୍ୱପୂର୍ଣ୍ଣ ବିଷୟ। ମୋଦି ପହଞ୍ଚିବା ପରେ ସେଠାରେ ରହୁଥିବା ବହୁ ଭାରତୀୟଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଥିଲା । ସେମାନେ ମୋଦିଙ୍କ ସହ ହାତ ମିଶାଇବା ସହ ସେଲଫୀ ମଧ୍ୟ ନେଇଥିଲେ । ତେବେ ଏଥିରୁ ସହଜରେ ଅନୁମାନ କରାଯାଇପାରେ ମୋଦିଙ୍କ ଦବଦବା ବିଦେଶରେ କିପରି ରହିଛି । ପ୍ରଧାନମନ୍ତ୍ରୀ ଭାବରେ ପପୁଆ ନ୍ୟୁ ଗିନି ଗସ୍ତ କରିବାରେ ମୋଦି ହେଉଛନ୍ତି ପ୍ରଥମ । ତେବେ ଏହି ଗସ୍ତ ସମ୍ପର୍କରେ ମଧ୍ୟ ମୋଦି ଟୁଇଟ୍ କରି ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ବିମାନ ବନ୍ଦରକୁ ଆସି ମୋତେ ଭବ୍ୟ ସ୍ୱାଗତ କରିଥିବାରୁ ପ୍ରଧାନମନ୍ତ୍ରୀ ଜେମ୍ସ ମାରପେଙ୍କୁ ଧନ୍ୟବାଦ ଦେଉଛି । ଏହା ଏକ ବିଶେଷ ମୁହୂର୍ତ୍ତ ଯାହାକୁ ମୁଁ ସବୁବେଳେ ମନେ ରଖିବି । ମୋର ଏହି ଗସ୍ତ ସମୟରେ ମୁଁ ଏହି ମହାନ ରାଷ୍ଟ୍ର ସହ ଭାରତର ବନ୍ଧୁତାକୁ ବଢାଇବାକୁ ଆଶା କରୁଛି ।

ମେ ୨୨ରେ ମୋଦି ତାଙ୍କ ପ୍ରତିପକ୍ଷ ଜେମ୍ସ ମାରାପେଙ୍କ ସହ ମିଳିତ ଭାବେ ଫୋରମ୍ ଅଫ୍ ଇଣ୍ଡିଆ – ପାସିଫିକ୍ ଆଇସଲ୍ୟାଣ୍ଡ୍ କୋଅପରେସନ୍ (Forum for India–Pacific Islands Cooperation) ର ତୃତୀୟ ଶିଖର ସମ୍ମିଳନୀ ସମ୍ବୋଧିତ କରିବା ସହ ନେତୃତ୍ୱ ନେବେ । ତାଙ୍କର ତିନି ଦେଶ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ମୋଦିଙ୍କ ପାପୁଆ ନ୍ୟୁ ଗିନି ଗସ୍ତ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଥମ। ମୋଦି ଜାପାନରୁ ପପୁଆ ନ୍ୟୁ ଗିନିରେ ପହଞ୍ଚିଥିଲେ । ସେ ଜି-୭ ବୈଠକରେଯୋଗ ଦେଇଥିଲେ ଏବଂ ଅନେକ ବିଶ୍ୱ ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ। ୨୦୧୪ ରେ ଫିଜି ଗସ୍ତ ସମୟରେ FIPIC ଆରମ୍ଭ କରାଯାଇଥିଲା । FIPIC ସମ୍ମିଳନୀରେ ୧୪ ଟି ଦେଶର ନେତାଙ୍କ ଅଂଶଗ୍ରହଣ କରିବେ । ସାଧାରଣତ ସଂଯୋଗ ଏବଂ ଅନ୍ୟାନ୍ୟ ସମସ୍ୟା ହେତୁ ସମସ୍ତେ କ୍ୱଚିତ୍ ଏକତ୍ର ହୁଅନ୍ତି । ସାଧାରତଃ PIC କୁକ୍ ଦ୍ୱୀପପୁଞ୍ଜ, ଫିଜି, କିରିବାଟି, ମାର୍ଶଲ ଦ୍ୱୀପପୁଞ୍ଜ, ମାଇକ୍ରୋନେସିଆ, ନାଉରୁ, ନିୟୁ, ପାଲା, ପାପୁଆ ନ୍ୟୁ ଗିନି, ସାମୋଆ, ସୋଲୋମନ ଦ୍ୱୀପପୁଞ୍ଜ, ଟୋଙ୍ଗା, ଟୁଭାଲୁ ଏବଂ ଭାନୁଆଟୁ ଅନ୍ତର୍ଭୁକ୍ତ କରେ ।
ମୋଦୀ ମାରାପେଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବେ ଏବଂ ପାପୁଆ ନ୍ୟୁ ଗିନିର ଗଭର୍ଣ୍ଣର ଜେନେରାଲ୍ ବବ୍ ଦାଦାଙ୍କୁ ଭେଟିବେ। ସେ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ କ୍ରିସ ହିପକିନ୍ସଙ୍କୁ ମଧ୍ୟ ଭେଟିବେ।

Related Articles

Back to top button
WP Twitter Auto Publish Powered By : XYZScripts.com