ଜାତୀୟମନୋରଞ୍ଜନ

ଖୁବଶୀଘ୍ର ଆରମ୍ଭ ହେବ ‘NO Entry’ ସିକ୍ବେଲ୍‌ର ଶୁଟିଂ, ସଲମାନଙ୍କ ସହ ନଜର ଆସିବେ ପୁରୁଣା ଷ୍ଟାରକାଷ୍ଟ

ମୁମ୍ବାଇ() ୨୦୦୫ ମସିହାରେ ଆସିଥିବା ଫିଲ୍ମ ‘ନୋ ଏଣ୍ଟ୍ରି’ ବକ୍ସ ଅଫିସ୍‌ରେ ଖୁବ୍‌ ଧମାଲ କରିଥିଲା। ଏହି ଫିଲ୍ମକୁ କୋଟି କୋଟି ଦର୍ଶକ ବହୁତ ପସନ୍ଦ କରିଥିଲେ । ଖୁବ୍‌ ସଫଳତା ହାସଲ କରିଥିଲା। ଏହି ଫିଲ୍ମର ସିୱେଲ୍‌କୁ ନେଇ ଦୀର୍ଘ ସମୟ ଧରି ବହୁ କଳ୍ପନା ଜଳ୍ପନ ଚାଲିଥିଲା। ହେଲେ ଶେଷରେ ଫିଲ୍ମ ନୋ ଏଣ୍ଟ୍ରିର ସିକ୍ୱେଲ୍ ହେବା ନେଇ ଅଫିସିଆଲି ଘୋଷଣା ହୋଇଥିଲା। ଆନିସ୍ ବାଜମିଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ ଫିଲ୍ମ ନୋ ଏଣ୍ଟ୍ରିକୁ ନେଇ ବଡ ଅପଡେଟ୍‌ ସାମ୍ନାକୁ ଆସିଛି ।

ଏହି ସିକ୍ବେଲ୍‌ରେ ଶୁଟିଂ ଖୁବ୍‌ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ପ୍ରଥମ ପାର୍ଟରେ ଯେଉଁ କଳାକାର ଥିଲେ ସିକ୍ବେଲ୍‌ରେ ମଧ୍ୟ ସେହିମାନଙ୍କୁ ଦେଖିବାକୁ ମିଳିବ। ସଲମାନ ଖାନ, ଅନୀଲ କପୁର ଏବଂ ଫରଦ୍ଦିନ ଖାନ ନଜର ଆସିଥିବାବେଳେ ବିପାଶା ବସୁଙ୍କୁ ଇଶା ଦେଓଲ, ଲାରା ଦତ୍ତା ଏବଂ ସେଲିନା ଜେଟଲୀଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ସେହି ସମୟରେ ଏହା ସର୍ବାଧିକ କଲେକ୍ସନ କରିଥିବା କମେଡି ଚଳଚ୍ଚିତ୍ର ହୋଇଥିଲା।

ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନିସ୍ ବାଜମି ଏକ ସାକ୍ଷାତକାରରେ କହିଛନ୍ତି କି ସେ ଫିଲ୍ମ ସଂପର୍କରେ ସଲମାନ ଖାନଙ୍କୁ ଚାରି ରୁ ପାଞ୍ଚ ଥର ଭେଟିଛନ୍ତି ଏବଂ ସଲମାନ ମଧ୍ୟ ଏହି ପ୍ରୋଜେକ୍ଟକୁ ନେଇ ବହୁତ ଗମ୍ଭୀର ଅଛନ୍ତି। ସେ କହିଛନ୍ତି କି-ଯଥାଶୀଘ୍ର ଏହାର ଶୁଟିଂ ଆରମ୍ଭ କରିବାକୁ ଚାହୁଁଛନ୍ତି। ଆନିସ୍ ବାଜମିଙ୍କ ଅନୁଯାୟୀ, ‘ଆମେ ଶୀଘ୍ର ଫିଲ୍ମର ଶୁଟିଂ ଆରମ୍ଭ କରିବାକୁ ଯାଉଛୁ। ମୁଁ ସଲମାନଙ୍କୁ ଚାରିରୁ ପାଞ୍ଚ ଥର ଭେଟିଛି ଏବଂ କହିଛି ଯେ ଫିଲ୍ମଟି ଶୀଘ୍ର ଆରମ୍ଭ ହେବ। କିନ୍ତୁ ଏଯାଏଁ ସ୍ପଷ୍ଟ ହୋଇନାହିଁ କି ଅଭିନେତ୍ରୀମାନେ ଫିଲ୍ମରେ ଅଭିନେତାମାନଙ୍କ ସହ ରହିବେ ନା ନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com