ଓଡ଼ିଶା

ବର୍ଦ୍ଧିତ ଘର ଟିକସ ଆଦାୟ ବନ୍ଦ କର: ବ୍ରହ୍ମପୁର କଂଗ୍ରେସ

ବ୍ରହ୍ମପୁର, ୨୮/୦୭/୨୦୨୨- ବ୍ରହ୍ମପୁର ପୌର ନିଗମ ଗତ ତିନି ବର୍ଷ ଧରି ବର୍ଦ୍ଧିତ ହାରରେ ଘର ଟିକସ ଆଦାୟ କରି ସାଧାରଣ ଲୋକଙ୍କୁ ଭୂଆଁ ବୁଲାଇବା ଉଦ୍ୟମ କରୁଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କୋଭିଡ କଟକଣା ପୂର୍ବରୁ 2020ରେ ଘର ଟିକସ ବର୍ଦ୍ଧିତ ହାରରେ ଆଦାୟ କରିଥିଲେ। ଏହାର ବିରୋଧ କରି ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲା କଂଗ୍ରେସ । ପୁରୁଣା ଦରରେ ଟିକସ ଆଦାୟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କୋଭିଡ କଟକଣା ସାମାନ୍ୟ କୋହଳ ହେବା ପରେ ଏବେ ପୁଣି ଟିକସ ବୋଝ ଲଦି ଦେଇଛନ୍ତି ପୌର କର୍ତ୍ତୃପକ୍ଷ । ଗୃହ ଟିକସ ବୃଦ୍ଧି କରିବା ପୂର୍ବରୁ ଆଇନ ଅନୁସାରେ ପୌର ନିଗମ ଜନଶୁଣାଣୀ କରିନାହିଁ। କେଉଁ ଏରିଆରେ କେଉଁ ପ୍ରକାର ଘରକୁ କେତେ ପରିମାଣ ଟିକସ ଦେବାକୁ ପଡ଼ିବ ତାହା ଲୋକଙ୍କୁ ଜଣାଇବା ପାଇଁ ବିଜ୍ଞପ୍ତି ପ୍ରକାଶ କହିନାହାନ୍ତି। ଇଚ୍ଛା ମୁତାବକ ପ୍ରତି ଘରକୁ ଶହେରୁ ଚାରି ଶହ ପ୍ରତିଶତ ଟିକସ ଆଦାୟ କରିବାକୁ ନୋଟିସ ଜାରି କରିଛି ବିଏମସି। ଲୋକଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇବାରେ ବିଫଳ ହୋଇଥିବା ବିଏମସି ବର୍ଦ୍ଧିତ ହାରରେ ଘର ଟିକସ ଆଦାୟ କରିବା ଅଧିକାର ନାହିଁ। ଏଭଳି ଜନବିରୋଧୀ କାର୍ଯ୍ୟରୁ ପୌର ନିଗମ କ୍ଷାନ୍ତ ରହୁ। ନଚେତ୍ କଂଗ୍ରେସ ଆସନ୍ତା ଅଗଷ୍ଟ 3 ତାରିଖରେ ବ୍ରହ୍ମପୁର ମହାନଗର ନିଗମକୁ ଘେରାଉ କରିବ ବୋଲି କଂଗ୍ରେସ ନେତା ପୀତବାସ ପଣ୍ଡା  ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com