ଓଡ଼ିଶା

ମେ’ରେ ନୂଆ ପିସିସି ମୁଖିଆ ! କଂଗ୍ରେସ ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ଆଲୋଚନା କଲେ ପ୍ରଭାରୀ

ଭୁବନେଶ୍ୱର() ମେ ପ୍ରଥମ ସପ୍ତାହରେ ପିସିସି ସଭାପତି ପରିବର୍ତ୍ତନ । କଂଗ୍ରେସ ବୈଠକ ପରେ ପ୍ରଭାରୀ ଚେଲ୍ଲା କୁମାରଙ୍କ ସୂଚନା । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।

ଖବର ଅନୁଯାୟୀ, ଓଡିଶା ଗସ୍ତରେ ଆସିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର । ରାଜ୍ୟରେ ପିସିସି ପରିବର୍ତ୍ତନ ନେଇ ବିଧାୟକ ଓ ବରିଷ୍ଠ ନେତାଙ୍କ ଆଲୋଚନା କରିଛନ୍ତି । ଏହି ଆଲୋଚନା ସମୟରେ ସଂଗଠନକୁ କିପରି ସୁଦୃଢ କରିବା ସେନେଇ ମଧ୍ୟ ଆଲୋଚନା ହୋଇଛି । ଏହି ସମୟରେ ପରବର୍ତ୍ତି ପିସିସି ସଭାପତି  କିଏ ହେବ । ସେ ନେଇ ଅନେକ ବିଧାୟକ ନିଜ ନିଜ ମତାମତ ଦେଇଛନ୍ତି ।

ସେହିପରି ୨୦୧୯ରୁ ପିସିସି ସଭାପତି ପଦରୁ ନିରଞ୍ଜନ ଇସ୍ତଫା ଦେଇଥିଲେ ମଧ୍ୟ ଏଯାବତ ଇସ୍ତଫାକୁ ଗ୍ରହଣ କରାଯାଇନାହିଁ । ଆଜିର ଆଲୋଚନା ପରେ ହାଇକମାଣ୍ଡଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରାଯିବ । ପାର୍ଟି ହାଇକମାଣ୍ଡ ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ଚେଲ୍ଲା କୁମାର କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com