ଜାତୀୟ

କର୍ଣ୍ଣାଟକରେ ତିକ୍ତତା, ହିିଜାବ ପରେ ମଲାଲି ମନ୍ଦିର-ମସଜିଦ ବିବାଦ

ବେଙ୍ଗଳୁରୁ: ହିଜାବ ପରେ ଏବେ କର୍ନାଟକରେ ଜଟିଳ ହେଉଛି ମଲାଲି ମନ୍ଦିର-ମସଜିଦ ବିବାଦ । ବିଶେଷ କରି ଦକ୍ଷିଣ କନ୍ନଡ, ଉତ୍ତର କନ୍ନଡ ଓ ଉଡୁପି ଉପକୂଳବର୍ତ୍ତୀ ଅଞ୍ଚଳ ବାସିନ୍ଦାଙ୍କ ମଧ୍ୟରେ ଏନେଇ ତିକ୍ତତା ବଢ଼ିବାରେ ଲାଗିଛି । ସେପଟେ ଖରା ଛୁଟି ପରବର୍ତ୍ତୀ ଏବେ ଶିକ୍ଷାନୁଷ୍ଠାନ ମାନଙ୍କରେ କିଛି ଛାତ୍ରୀ ହିଜାବ ପରିଧାନ କରୁଥିବାରୁ ପୁରୁଣା ବିବାଦ ବି ପୁଣି ମୁଣ୍ଡଟେକିବା ଭଳି ପରିସ୍ଥିତି ଆଶଙ୍କା କରାଯାଉଛି। ମଲାଲି ମସଜିଦର ପୁନରୁଦ୍ଧାର ସମୟରେ ମନ୍ଦିରର ଢାଞ୍ଚା ମିଳିବା ପରେ ଆରମ୍ଭ ହୋଇଛି ବିବାଦ। ସୋସିଆଲ ଡେମୋକ୍ରାଟିକ ପାର୍ଟି ଅଫ ଇଣ୍ଡିଆ କହିଛି ଯେ ମସଜିଦ ପରିସରରୁ ମୁଠାଏ ମାଟି ମଧ୍ୟ ନେବାକୁ ଦିଆଯିବ ନାହିଁ । ଏସଡିପିଆଇର ରାଜ୍ୟ ସଭାପତି ଅବଦୁଲ ମଜିଦ ମିସୁରୁ କହିଛନ୍ତି, ମଲାଲି ମସଜିଦକୁ ସୁରକ୍ଷିତ ରଖାଯିବ । ଏହା ସହ ଦେଶବାସୀ ବିଜେପି ସମର୍ଥିତ ନୁହନ୍ତି ବରଂ ଅମ୍ବାନୀ-ଆଦାନୀ ସମର୍ଥିତ ଭଳି ବିବାଦୀୟ ମନ୍ତବ୍ୟ ଦେଇଥିବା ଜଣାପଡ଼ିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com