ଜାତୀୟ

IAS ଅଫିସରଙ୍କୁ ବିଚାରପତିଙ୍କ ତାଗିଦ୍

ପଟନା: ମାମଲାର ଶୁଣାଣି ବେଳେ ଆଇଏଏସ୍‌ଙ୍କ ଡ୍ରେସ୍‌କୋଡକୁ ନେଇ ତାଗିଦ୍ କଲେ ବିଚାରପତି। କହିଲେ କୋର୍ଟରେ କେମିତି ଡ୍ରେସ୍ ପିନ୍ଧାଯାଏ ଜାଣିନ..? ସିନେମା ଦେଖି ଆସିଛ କି…? ଆଜିକାଲି  ଅନ୍‌ଲାଇନ୍‌ରେ ଶୁଣାଣି ଯୋଗୁ କୋର୍ଟର ରାୟ ଭିଡିଓ ଆକାରରେ ବାହାରକୁ ଆସୁଛି ଆଉ ସୋସିଆଲ୍ ମିଡିଆରେ ଏହା ଭାଇରାଲ ହେଉଛି। ବିହାରରୁ ଏମିତି ଏକ ଭିଡିଓ ଆସିଛି, ଯେଉଁଥିରେ ପାଟନା ହାଇକୋର୍ଟ ବିଚାରପତି IAS ଅଫିସରଙ୍କୁ ତାଙ୍କ ଡ୍ରେସିଂ ସେନ୍ସ ପାଇଁ ତାଗିଦ୍ କରୁଛନ୍ତି। ବିହାରର ସହର ବିକାଶ ଓ ଗୃହ ବିଭାଗର ମୁଖ୍ୟ ସଚିବ ଆନନ୍ଦ କିଶୋର ଏକ ଧଳା ଶାର୍ଟ ପିନ୍ଧିବା ସହ କଲର ଖୋଲା ରଖିଥିବାରୁ ବିଚାରପତି ଅଫିସରଙ୍କୁ ସଭ୍ୟତାର ପାଠ ପଢ଼ାଇଛନ୍ତି। ଦୁଇ ମିନିଟ୍‌ରେ ଏହି ଭିଡିଓର ବିଚାରପତି  ଆନନ୍ଦଙ୍କୁ ଏପରି ତାଗିଦ କରୁଥିବାର ଦେଖାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com