ଜାତୀୟ

ଧୂମ୍ରପାନର ବୟସ ୨୧ କରାଯାଉ ଆବେଦନ ଖାରଜ, ପ୍ରଚାରସର୍ବସ୍ଵ ଆବେଦନ କରନ୍ତୁ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଧୂମ୍ରପାନର ବୟସ ୧୮ରୁ ବଢାଯାଇ ୨୧ କରିବା ଏବଂ ସାର୍ବଜନୀନ ସ୍ଥାନରେ ସିଗାରେଟ୍ ବିକ୍ରି ଉପରେ କଟକଣା ଲଗାଇବାକୁ ନିର୍ଦ୍ଦେଶ ଦେବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଦୁଇ ଜଣିଆ ଖଣ୍ଡପୀଠ ମାମଲା ଉପରେ ଟିପ୍ପଣୀ କରି କହିଛନ୍ତି, ଭଲ ମାମଲାରେ ବିତର୍କ କରନ୍ତୁ, ପ୍ରଚାର ସର୍ବସ୍ଵ ଯାଚିକା ଦାୟର କରନ୍ତୁ ନାହିଁ।

ଶୁକ୍ରବାର ସୁପ୍ରିମକୋର୍ଟର ବିଚାରପତି ଏସକେ କଉଲ ଏବଂ ବିଚାରପତି ସୁଧାଂଶୁ ଧୂଲିଆଙ୍କ ଦୁଇ ଜଣିଆ ଖଣ୍ଡପୀଠ ଦୁଇ ଜଣ ଆଇନଜୀବୀଙ୍କ ଦ୍ଵାରା ଦାଖଲ ଏହି ଆବେଦନକୁ ଖାରଜ କରିଛନ୍ତି। ପୀଠ ଏହା ଉପରେ କହିଛନ୍ତି, ଯଦି ଆପଣ ପ୍ରଚାର ଚାହାନ୍ତି ତେବେ ଭଲ ମାମଲା ଉପରେ ବିତର୍କ କରନ୍ତୁ। ପ୍ରଚାରସର୍ବସ୍ଵ ଯାଚିକା ଦାଖଲ କରନ୍ତୁ ନାହିଁ।

ସୂଚନାଯୋଗ୍ୟ, ଉଚ୍ଚତମ ନ୍ୟାୟାଳୟର ଆଡଭୋକେଟ୍ ଶୁଭମ ଅବସ୍ଥି ଏବଂ ସପ୍ତ ଋଷି ମିଶ୍ର ଦ୍ଵାରା ଏଜ ଜନସ୍ଵାର୍ଥ ମାମଲା ଦାଖଲ କରାଯାଇଥିଲା। ଯାଚିକାରେ ଧୁମ୍ରପାନକୁ ନିୟନ୍ତ୍ରଣ କରିବାକୁ ଦାବି କରାଯାଇଥିଲା। ଏହା ବାଦ୍ ଶିକ୍ଷାନୁଷ୍ଠାନ, ହସ୍ପିଟାଲ୍ ଏବଂ ପୂଜାସ୍ଥଳ ନିକଟରେ ସାର୍ବଜନୀନ ଭାବେ ସିଗାରେଟ୍ ବିକ୍ରି ଉପରେ କଟକଣା ଲଗାଇବା ପାଇଁ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com