Breaking NewsFeaturedଜାତୀୟରାଜନୀତି

ମଣିପୁର ପ୍ରସଙ୍ଗରେ ବିରୋଧୀଙ୍କ ହଙ୍ଗାମା, ପ୍ରଥମ ଦିନରୁ ଗୃହରେ ବାଧା 

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଆରମ୍ଭ ହେଉ ହେଉ ବନ୍ଦ ହେଲା ସଂସଦର ମୌସୁମୀ ଅଧିବେସନ । ବିରୋଧୀଙ୍କ ହଟ୍ଟଗୋଳରେ ମୁଲତବୀ ହୋଇଛି ଉଭୟ ଗୃହ । ଆଜିଠାରୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେସନ ତେବେ ପୂର୍ବରୁ କଂଗ୍ରେସ ଦେଇଥିବା ସୂଚନା ଅନୁଯାୟୀ ଆଜି ଗୃହରେ ବିରୋଧୀମାନେ ମଣିପୁର ହିଂସା ମମଲା ଉଠାଇ ହଟ୍ଟଗୋଳ କରିଥିବା ଦେଖାଯାଇଛି ।

ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ପ୍ରଥମେ ଦିନ ୧୨ଟା ପର୍ଯ୍ୟନ୍ତ ରାଜ୍ୟସଭାକୁ ମୁଲତବୀ କରାଯାଇଥିଲା ବେଳେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ରାଜ୍ୟ ସଭା ମୁଲତବୀ ରଖାଯାଇଥିଲା । ସେପଟେ ମଣିପୁରରେ ଘଟିଥିବା ଅମାନୁଷିକ ଘଟଣାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି ରାଜନୀତିର ଊର୍ଦ୍ଧ୍ୱରେ ରହି ନାରୀଙ୍କୁ ସମ୍ମାନ ଦେବା ଉଚିତ୍ । ମରିପୁରରେ ମହିଳାଙ୍କ ସହ ଯାହା ହୋଇଛି ସେଥିରେ କ୍ରୋଧ ଓ ପୀଡ଼ାରେ ମୋର ହୃଦୟ ଜର୍ଜରିତ ହୋଇଯାଉଛି । ଏଥି ପାଇଁ ପୂରା ଦେଶ ଆଜି ଲଜ୍ଜିତ । ଏହି ଘଟଣାକୁ ସଭ୍ୟ ସମାଜ କେବେ ବି ଗ୍ରହଣ କରିବ ନାହିଁ । ମୁଁ ଦେଶବାସୀଙ୍କୁ କଥା ଦେଉଛି କୌଣସି ଦୋଷୀଙ୍କୁ ଛଡ଼ା ଯିବନି । ଆଇନ୍ ଠିକ୍ ନିଷ୍ପତ୍ତି ନେବ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ମଣିପୁରରେ ଦୀର୍ଘ ଦିନ ଧରି ହିଂସା ଲାଗି ରହିଛି। ଏପରିକି ନାରୀଙ୍କୁ ଉଲଗ୍ନ କରି ସର୍ବସାଧାରଣରେ ଚଲାଇବା ଭଳି ହୀନ କାର୍ଯ୍ୟକୁ ନେଇ ସାରା ଦେଶରେ ଗଭୀର ଆଲୋଡ଼ନ ସୃଷ୍ଟି ହୋଇଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com