ଅନ୍ତର୍ଜାତୀୟଜାତୀୟରାଜନୀତି

ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ, ୨୭/୦୮/୨୦୨୨-  ବିଶ୍ୱ ମାନ୍ୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ବିଶ୍ୱରେ ସବୁଠାରୁ ଲୋକପ୍ରିୟ ନେତା । ବିଶ୍ୱର ୨୨ ଜଣ ଶୀର୍ଷ ନେତାଙ୍କୁ ନେଇ କରାଯାଇଥିବା ଏକ ସର୍ଭେରେ ଏହା ପ୍ରକାଶ ପାଇଛି । Morning Consult Survey ଅନୁଯାୟୀ, ଦୁନିଆର ସବୁଠାରୁ ଅଧିକ ୭୫ ପ୍ରତିଶତ ଲୋକଙ୍କ ପସନ୍ଦ ସହିତ ମୋଦି ପୁଣି ଏହି ସ୍ଥାନ ଅଧିକାର କରିଛନ୍ତି ।

Morning Consult Political Intelligence ଭାରତ, ଅଷ୍ଟ୍ରେଲିଆ, ବ୍ରାଜିଲ, ଅଷ୍ଟ୍ରିଆ, ଜର୍ମାନୀ, ମେକ୍ସିକୋ, ନେଦରଲ୍ୟାଣ୍ଡ, ଦକ୍ଷିଣ କୋରିଆ, ସ୍ପେନ୍, ସ୍ୱିଡେନ ଏବଂ ଯୁକ୍ତରାଷ୍ଟ୍ରର ନେତାଙ୍କୁ ନେଇ ଏହି ସର୍ଭେ କରିଥିଲା । ଏହା ପୂର୍ବରୁ ନଭେମ୍ବର ୨୦୨୧ ଏବଂ ଜାନୁୟାରୀ ୨୦୨୨ ରେ ମଧ୍ୟ ମୋଦି ତାଲିକାର ଶୀର୍ଷରେ ଥିଲେ । Morning Consult ରାଜନୈତିକ ଇଣ୍ଟେଲିଜେନ୍ସ ଏହି ସର୍ଭେ ଏଜେନ୍ସି ନିର୍ବାଚନ, ନିର୍ବାଚିତ ଅଧିକାରୀ ଏବଂ ଭୋଟ୍ ପ୍ରସଙ୍ଗରେ ରିଅଲ୍ ଟାଇମ୍ ମତଦାନ ତଥ୍ୟ ପ୍ରଦାନ କରିଥାଏ । Morning Consult ଦୈନିକ ୨୦,୦୦୦ ରୁ ଅଧିକ ସାକ୍ଷାତକାର ଆୟୋଜିତ କରିଥାଏ । ତଥାପି ଏହି ଏଜେନ୍ସିର ସର୍ଭେରେ ଏକରୁ ଚାରି ପ୍ରତିଶତ ବୃଦ୍ଧି କିମ୍ବା ହ୍ରାସ ହେବାର ସମ୍ଭାବନା ଅଛି ।

ଏହି ସର୍ଭେ ପାଇଁ ଆମେରିକାରେ ହାରାହାରି ୪୫,୦୦୦ ଲୋକଙ୍କୁ ପ୍ରଶ୍ନ କରାଯାଇଥିଲା । ସେହିପରି ଅନ୍ୟ ଦେଶରେ ମଧ୍ୟ ଜନସଂଖ୍ୟା ଆଧାରରେ ଲୋକଙ୍କୁ ପ୍ରଶ୍ନ କରାଯାଏ । ସମସ୍ତ ସାକ୍ଷାତକାର ଅନ୍ଲାଇନରେ କରାଯାଏ । ପ୍ରତ୍ୟେକ ଦେଶରେ ବୟସ, ଲିଙ୍ଗ, ଅଞ୍ଚଳ ଏବଂ କେତେକ ଦେଶରେ ସରକାରୀ ସୂତ୍ରକୁ ସର୍ଭେରେ ଗୁରୁତ୍ୱ ଦିଆଯାଇ ଥାଏ ଏହି ତାଲିକାରେ ମୋଦିଙ୍କ ପରେ ୬୩ ପ୍ରତିଶତ ରେଟିଂ ସହ ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ ମାନୁଏଲ ଲୋପେଜ ଓବ୍ରାଡୋର ଦ୍ୱିତୀୟ, ୫୪ ପ୍ରତିଶତ ରେଟିଂ ସହ ତୃତୀୟ ସ୍ଥାନରେ ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗି ରହିଛନ୍ତି । ଏଥି ସହିତ ୨୨ ବିଶ୍ୱ ନେତାଙ୍କ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ୪୧ ପ୍ରତିଶତ ରେଟିଂ ସହ ପଞ୍ଚମ ସ୍ଥାନରେ ରହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com