ଅନ୍ତର୍ଜାତୀୟଜାତୀୟ

ଖାରକିଭରେ ଭାରତୀୟ ଛାତ୍ର ମୃତ, ୟୁକ୍ରେନ-ରୁଷ ରାଷ୍ଟ୍ରଦୂତଙ୍କୁ ତଲବ କଲା ଭାରତ

ନୂଆଦିଲ୍ଲୀ() ୟୁକ୍ରେନରେ ରୁଷ ଆକ୍ରମଣର ସିଧାସଳଖ ପ୍ରଭାବ ଏବେ ଭାରତ ଉପରେ ଦେଖିବାକୁ ମିଳିଛି। ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଛାତ୍ର ଜଣକ କର୍ଣ୍ଣାଟକର ବାସିନ୍ଦା। ତାଙ୍କ ନାମ ନବୀନ ଶେଖରପ୍ପା। ମାମଲାକୁ ଗମ୍ଭୀରତାର ସହ ନେଇ ଭାରତ ସରକାର ତୁରନ୍ତ ୟୁକ୍ରେନ ଏବଂ ରୁଷ ରାଷ୍ଟ୍ରଦୂତଙ୍କୁ ସମନ ଜାରି କରିଛି।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ ଟ୍ଵିଟ୍ କରି କହିଛନ୍ତି, ବୈଦେଶିକ ସଚିବ ହର୍ଷ ଶୃଙ୍ଗଲା ରୁଷ ଏବଂ ୟୁକ୍ରେନର ରାଷ୍ଟ୍ରଦୂତଙ୍କୁ ଭାରତୀୟ ନାଗରିକଙ୍କ ପାଇଁ ତତ୍କାଳ ସୁରକ୍ଷିତ ମାର୍ଗ ଦାବି ଦୋହରାଇବା ପାଇଁ ସମନ ଜାରି କରିଛନ୍ତି। ଉଭୟ ରାଜଦୂତଙ୍କୁ ବୈଦେଶିକ ମନ୍ତ୍ରଣାଳୟରେ ହାଜର ହେବାକୁ କୁହାଯାଇଛି। ୟୁକ୍ରେନର ଖାରକିଭ ଏବଂ ଅନ୍ୟ ଅଞ୍ଚଳ ଉପରେ ରୁଷର ଘନ ଘନ ଆକ୍ରମଣ ଜାରି ରହିଛି।  ଭାରତୀୟ ଛାତ୍ରଙ୍କ ମୃତ୍ୟୁ ପରେ ଉଭୟ ଦେଶର ରାଷ୍ଟ୍ରଦୂତଙ୍କୁ ଭାରତ ତଲବ କରିଛି।

ବାଗଚୀ ନବୀନଙ୍କୁ ନେଇ ଟ୍ଵିଟ୍ କରିଛନ୍ତି ଯେ, ଆମେ ବହୁତ ଦୁଃଖର ସହିତ ଏହା ଜଣାଉଛୁ ଯେ, ଖାରକିଭରେ ଆଜି ସକାଳେ ଜଣେ ଭାରତୀୟ ଛାତ୍ରଙ୍କ ଗୁଳି ବାଜିବାରୁ ମୃତ୍ୟୁ ଘଟିଛି। ମନ୍ତ୍ରଣାଳୟ ମୃତକ ପରିବାର ସହ ଯୋଗାଯୋଗରେ ଅଛନ୍ତି। ଖାରକିଭରେ ବିଗିଡୁଥିବା ସ୍ଥିତି ସଭିଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଖାରକିଭରେ ଫସିଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ସରକାରଙ୍କ ପାଇଁ ସର୍ବୋଚ୍ଚ ପ୍ରାଥମିକତା ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com