ଜାତୀୟ

ହସ୍ପିଟାଲରେ ଲାଲୁ ଯାଦବ : ଦଳର ପ୍ରତିଷ୍ଠା ଦିବସରେ ଭାବବିହ୍ୱଳ ପୋଷ୍ଟ୍ କଲେ ଝିଅ, କହିଲେ…

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳର ପ୍ରତିଷ୍ଠା ଦିବସରେ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ଭାବବିହ୍ୱଳ ପୋଷ୍ଟ୍ କରିଛନ୍ତି । ଏହାସହ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ଲାଲୁ ହସ୍ପିଟାଲରେ ଥିବା ଦେଖିବାକୁ ମିଳିଛି । ଲାଲୁ ଖୁବ୍ ଦୁର୍ବଳ ଓ ଅସୁସ୍ଥ ଲାଗୁଛନ୍ତି । ଫଟୋ ସେୟାର କରି ପିତାଙ୍କ ଆରୋଗ୍ୟ କାମନା କରିଛନ୍ତି ଝିଅ ରୋହିଣୀ ଆଚାର୍ଯ୍ୟ ।

ସୂଚନାନୁସାରେ, ମଙ୍ଗଳବାର ହେଉଛି ଲାଲୁଙ୍କ ଦଳ ଆରଜେଡିର  ପ୍ରତିଷ୍ଠା ଦିବସ । ଦଳର କର୍ମୀ ୨୬ତମ ପ୍ରତିଷ୍ଠା ଦିବସ ପାଳନ କରୁଛନ୍ତି । କିନ୍ତୁ ଲାଲୁ ହସ୍ପିଟାଲରେ ଅଛନ୍ତି । ତେଣୁ କୌଣସି ସ୍ଥାନରେ ବଡ ଧରଣର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ନାହିଁ । ସ୍ଥାପନା ଦିବସରେ କେବଳ ମେମ୍ବରସିପ୍ ଅଭିଯାନ ଚାଲିଛି ।

ତେବେ ଲାଲୁଙ୍କ ଝିଅ ରୋହିଣୀ ବାପାଙ୍କ ଫଟେ ସେୟାର କରି କହିଛନ୍ତି । ଯେଉଁଥିରେ ସେ ଓ ମୀସା ଭାରତୀ ଭିଡିଓ କଲରେ ଲାଲୁଙ୍କୁ ଦେଖୁଛନ୍ତି । ଏଥିରେ ଉଭୟ ଭାବୁକ ଜଣାପଡୁଛନ୍ତି ।

ଫଟୋ ସହ ରୋହିଣୀ ଲେଖିଛନ୍ତି ଯେ, ମୋ ହିରୋ ବାପା । ଶୀଘ୍ର ଭଲ ହୋଇଯାଅ । ସବୁ ବିପଦ ଓ ସମସ୍ୟାରୁ  ବାପା ଆଗରୁ ମୁକ୍ତି ପାଇଛନ୍ତି । କୋଟି ତୋଟି ଲୋକଙ୍କ ଭଲ ପାଇବାର ଶସ୍ତି ବାପାଙ୍କ ପାଖରେ ଥିବା ସେ ଉଲ୍ଲେଖ କରିଛନ୍ତି ।

ସୂଚନାଯୋଗ୍ୟ, ଲାଲୁ ପାଟମାର ପାରସ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି । କାରଣ ରବିବାର ସେ ପତ୍ନୀଙ୍କ ବାସଭବନର ସିଢିରୁ ପଡିଯାଇଥିଲେ । ତାଙ୍କ ଅଣ୍ଟାରେ ଆଘାତ ଲାଗିଥିଲା । ଫଳରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com