Featuredଅନ୍ତର୍ଜାତୀୟଜାତୀୟଜୀବନଶୈଳୀ

ଦେଶର ସବୁଠୁ ଦାମୀ ଘର: ଆଗରେ ରହିଛି ଅମ୍ବାନୀ ପରିବାରର ଆଣ୍ଟିଲିଆ, ଜାଣନ୍ତୁ ପୂରା ଖବର

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଗୋଟିଏ ଘରର ମୂଲ୍ୟ କେତେ ହୋଇପାରେ! ଅତି ବେଶୀରେ ୨ ବା ୩ କୋଟି ବୋଲି ଅନେକ କୁହନ୍ତି। ତେବେ ଭାରତରେ ଏଭଳି କିଛି ଘର ରହିଛି, ଯାହାର ଦାମ ଶୁଣିଲେ ହୋସ୍‌ ଉଡ଼ିଯିବା ଭଳି ଲାଗିବ। ଫୋର୍ବସର ସର୍ଭେ ଅନୁସାରେ ଅରବପତି ତାଲିକା-୨୦୨୩ ଅନୁସାରେ ବିଶ୍ୱରେ ମହାଧନୀଙ୍କ ସଂଖ୍ୟା କମିଛି। କିନ୍ତୁ ଭାରତରେ ଏ ବର୍ଷ ୧୬ ନୂଆ ଅରବପତି ଯୋଡ଼ି ହୋଇଛନ୍ତି । ଏହି ଅରବପତିମାନଙ୍କ ଘରର ଦାମ୍‌କୁ ନେଇ ସାରା ବିଶ୍ଵରେ ଚର୍ଚ୍ଚା। ସେହି ତାଲିକାରେ ଥିବା ଦେଶର ସବୁଠୁ ୫ ଦାମିକା ଘର ବିଷୟରେ ନଜର ପକାନ୍ତୁ…

  • ଆଣ୍ଟିଲିଆ
    ଏସିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କ ଆଣ୍ଟିଲିଆ ହେଉଛି ଦେଶର ସବୁଠାରୁ ମହଙ୍ଗା ଘର। ୨୭ ମହଲା ବିଶିଷ୍ଟ ଉକ୍ତ ଘରର ଦାମ ପ୍ରାୟ ୧୨,୦୦୦ କୋଟି ଟଙ୍କା । ଏଥିରେ ମୁକେଶ ଅମ୍ବାନି ନିଜ ପରିବାର ସହ ରୁହନ୍ତି । ଘରର ଷଷ୍ଠ ମହଲା କେବଳ ଅମ୍ବାନି ପରିବାରର ଲକ୍ଜ୍ୟୁରୀ ଗାଡିଗୁଡ଼ିକ ପାର୍କିଂ କରିଥାଏ। ଏହି ଭବ୍ୟ କୋଠା ବିଶ୍ଵର ଦ୍ଵିତୀୟ ଦାମିକା ଘର ଭାବେ ମଧ୍ୟ ପରିଗଣିତ।
  • ଜେକେ ହାଉସ୍
    ଭାରତର ଦ୍ୱିତୀୟ ବୃହତ୍ ଦାମୀ ଘର ହେଉଛି ଜେକେ ହାଉସ୍ । ଭାରତୀୟ ଉଦ୍ୟୋଗପତି ତଥା ରେମଣ୍ଡ ଗୃପ୍ ଅଧ୍ୟକ୍ଷଙ୍କ ଗୌତମ ସିଂଘାଣିଆଙ୍କ ଏହି ୩୦ ମହଲାବିଶିଷ୍ଟ ଘରର ମୂଲ୍ୟ ୬,୦୦୦ କୋଟି ଟଙ୍କା । ଏଥିରେ ସ୍ୱିମିଂ ପୁଲ୍, ସ୍ପା, ହେଲିପ୍ୟାଡ୍ ଏବଂ ଜିମ୍ ସମେତ ଅନ୍ୟାନ୍ୟ ଫାଇଭ୍ ଷ୍ଟାର ସୁବିଧା ରହିଛି।
  • ଏବୋଡ୍
    ଦେଶର ସବୁଠାରୁ ମହଙ୍ଗା ଘର ଭିତରେ ତୃତୀୟ ସ୍ଥାନରେ ଅନିଲ ଅମ୍ବାନିଙ୍କ ଘର ‘ଏବୋଡ୍’ ରହିଛି । ଏହାର ଆନୁମାନିକ ମୂଲ୍ୟ ୫,୦୦୦ କୋଟି ଟଙ୍କା। ଏହା ୧୭ ମହଲା ବିଶିଷ୍ଟ ଏବଂ ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ।
  • ବୃନ୍ଦାବନ
    ମୁକେଶ ଅମ୍ବାନିଙ୍କ ସବୁଠାରୁ ଖାସ୍ ତଥା ଡାହାଣ ହାତ କୁହାଯାଉଥିବା ମନୋଜ ମୋଦିଙ୍କ ବିଷୟରେ ଅନେକେ ହୁଏତ ଜାଣି ନଥିବେ । କିନ୍ତୁ ରିଲାଏନ୍ସ ଗୃପ୍ରେ ହେଉଥିବା ସମସ୍ତ ବଡ଼ ନିଷ୍ପତ୍ତିରେ ମନୋଜ ସାମିଲ ଥାଆନ୍ତି । ମନୋଜଙ୍କୁ ୨୨ ମହଲାଯୁକ୍ତ ଏକ ଘର ଉପହାର ଦେଇଛନ୍ତି ମୁକେଶ, ଯାହାର ମୂଲ୍ୟ ପ୍ରାୟ ୧୫୦୦ କୋଟି ଟଙ୍କା। ଏହା ଦେଶର ଚତୁର୍ଥ ଦାମୀ ଘର ଭାବେ ପରିଗଣିତ ହେଉଛି।
  • ଲିଙ୍କନ୍ ହାଉସ୍
    ଦେଶର ଭ୍ୟାକ୍ସିନ୍ କିଙ୍ଗ୍ ଭାବେ ଜଣାଶୁଣା ଉଦ୍ୟୋଗପତି ସାଇରସ୍ ପୁନାୱାଲାଙ୍କ ଘର ହେଉଛି ଦେଶର ପଞ୍ଚମ ଦାମିକା ଘର । ଏହା ଲିଙ୍କନ ହାଉସ୍ ଭାବେ ପରିଚିତ ଏବଂ ଏହି ଘରର ମୂଲ୍ୟ ପ୍ରାୟ ୭୫୦ କୋଟି ଟଙ୍କା

Related Articles

Back to top button
WP Twitter Auto Publish Powered By : XYZScripts.com