ଜାତୀୟ

ରମଜାନ ବେଳେ ରକ୍ତପାତ : ଜେରୁଜେଲମ ଅଲ-ଅକ୍‌ସା ମସଜିଦରେ ହିଂସା, ୬୭ ଆହତ

ନୂଆଦିଲ୍ଲୀ()  ଇସଲାମର ତୃତୀୟ ସବୁଠୁ ପବିତ୍ର ସ୍ଥାନ ଜେରୁଜେଲମର ଅଲ-ଅକ୍ସା ମସଜିଦରେ ରମଜାନ ବେଳେ ଅଘଟଣ । ପ୍ରାର୍ଥନା ବେଳେ ଏଠାରେ ଇସ୍ରାଏଲ ସୈନ୍ୟ ଓ ପାଲେଷ୍ଟାଇନ୍ ନାଗରିକ ମୁହାଁମୁହିଁ ହୋଇଛନ୍ତି । ଏଥିରେ ୬୭ ଜଣ ଆହତ ହୋଇଥିବା ସୂଚନା ମିଳିଛି ।

ଇସ୍ରାଏଲ ଅଲ-ଅକ୍ସା ମସଜିଦକୁ ନିଜର ବୋଲି ଦାବି କରିଥାଏ । ଏଥିରେ ପାଲେଷ୍ଟାଇନ୍ ନାଗରିକଙ୍କ ପ୍ରବେଶ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । କିନ୍ତୁ ରମଜାନରେ ଏହି ପ୍ରତିବନ୍ଧକ ହଟାଯାଇଥିଲା । ଶୁକ୍ରବାର ସକାଳେ ନମାଜ ପାଠ ବେଳେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ ।

ଖବର ସରବରାହ ସଂସ୍ଥା ଏପି ନ୍ୟୁଜ୍ ଅନୁସାରେ, ଇସ୍ରାଏଲ ପୋଲିସ ଓ ସୈନ୍ୟ ଶୁକ୍ରବାର ସକାଲେ ମସଜିଦରେ ପ୍ରବେଶ କରିଥିଲେ ।  କିନ୍ତୁ ସେଠାରେ କୌଣସି କାରଣରୁ ପାଲେଷ୍ଟାଇନ୍ ନାଗରିକଙ୍କ ସହ ସେମାନଙ୍କ ବଚସା ଓ ପରେ ହିଂସାକାଣ୍ଡ ହୋଇଥିଲା । ଉତ୍ତ୍ୟକ୍ତଙ୍କୁ ରୋକିବାକୁ ସେନା ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା ।

ସୂଚନାଯୋଗ୍ୟ, ଅଲ-ଅକସା ମସଜିଦ ମୁସଲମାନଙ୍କ ବ୍ୟତୀତ ୟୁହୁଦି ଓ ଇଶାଇଙ୍କର ମଧ୍ୟ ପବିତ୍ରସ୍ଥଳୀ ଭାବେ ବିବେଚନା କରାଯାଏ । ୟୁହୁଦିଙ୍କ ପାଇଁ ଏହା ସବୁଠୁ ବଡ ପବିତ୍ର ସ୍ଥଳ ଅଟେ । କିନ୍ତୁ ଦଶନ୍ଧି ଦଶନ୍ଧି ଧରି ଏହା ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ସଙ୍ଘର୍ଷର କେନ୍ଦ୍ର ରହି ଆସିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com