ଜାତୀୟ

ସୁସ୍ଥ ହେଉଛନ୍ତି ସ୍ଵର ସମ୍ରାଜ୍ଞୀ, ଡାକ୍ତର କହିଲେ “ପ୍ରାର୍ଥନା କରନ୍ତୁ”

ମୁମ୍ଵାଇ() ଏବେବି ଆଇସିୟୁରେ ଅଛନ୍ତି ସ୍ଵର ସମ୍ରାଜ୍ଞୀ ଲତା ମଙ୍ଗେଶକର। ଜାନୁଆରୀ ୮ରେ କରୋନା ପଜିଟିଭ୍ ଏବଂ ନିମୋନିଆ ଆକ୍ରାନ୍ତ ହେବାପରେ ମୁମ୍ଵାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ସେ ଭର୍ତ୍ତି ହୋଇଥିଲେ। ତେବେ ଏନେଇ ତାଙ୍କର ଡାକ୍ତର ପ୍ରତିତ ସମଦାନୀ ଟ୍ଵିଟ୍ କରି ହେଲ୍‌ଥ ଅପଡେଟ୍ ଦେଇଛନ୍ତି।

ସେ କହିଛନ୍ତି ଯେ, ଲତା ମଙ୍ଗେଶକରଙ୍କ ସ୍ଵାସ୍ଥ୍ୟାବସ୍ଥାରେ ସୁଧାର ହୋଇଛି। ତାଙ୍କୁ ଆଇସିୟୁରେ ରଖାଯାଇଛି।ସେ ଶୀଘ୍ର ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ।

ଡକ୍ଟର ପ୍ରତୀତ ସମଦାନୀଙ୍କ ଟ୍ଵିଟ୍‌ ପରେ ଲତାଙ୍କ ଫ୍ୟାନ୍ସମାନେ ବ୍ୟସ୍ତ ହୋଇ ପଡିଛନ୍ତି। ଏହାରି ମଧ୍ୟରେ ସ୍ମୃତି ଇରାନୀ ରିଟ୍ଵିଟ୍ କରିଛନ୍ତି। ସେ ତାଙ୍କ ଟ୍ଵିଟ୍‌ରେ ଲେଖିଛନ୍ତି ଯେ, ଭଗବାନଙ୍କ ଆଶୀର୍ବାଦରେ ସେ ଖୁବ୍ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ। ଲତା ଦିଦି ଖୁବ୍ ଶୀଘ୍ର ସୁସ୍ଥ ହୋଇଯିବେ। ଏଥିପାଇଁ ପ୍ରାର୍ଥନା କରନ୍ତୁ। ସେହିପରି ଅନୁପମ ଖେର ମଧ୍ୟ ଟ୍ଵିଟ୍ କରି ଲେଖିଛନ୍ତି ଯେ, ଆଦରଣୀୟ ଲତା ଖୁବ୍ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ। ସମଗ୍ର ରାଷ୍ଟ୍ର ଆପଣଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରୁଛି।

Related Articles

Back to top button
WP Twitter Auto Publish Powered By : XYZScripts.com