ଜାତୀୟ

ରାମ ମନ୍ଦିର ଗର୍ଭଗୃହରେ ବିରାଜମାନ ହେଲେ ରାମଲଲା

ରାମ ମନ୍ଦିର ଗର୍ଭଗୃହରେ ବିରାଜମାନ ହେଲେ ରାମଲଲା । ଗର୍ଭଗୃହରୁ ୫୧ ଇଂଚର ଶ୍ୟାମଳ ମୂର୍ତିର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଏହାକୁ ଏବେ ବି ଆବରଣରେ ରଖାଯାଇଛି । ଆସନ୍ତାକାଲି ମୂର୍ତ୍ତିକୁ ଅନାବରଣ କରାଯିବ ବୋଲି ସୂଚନା ରହିଛି ।ଆସନ୍ତା ୨୨ ତାରିଖରେ ରାମଲଲାଙ୍କ ଅଚଳମୂର୍ତିର ପ୍ରାଣପ୍ରତିଷ୍ଠା ହେବ । କିନ୍ତୁ ରାମଲଲାଙ୍କ ମୂର୍ତି ପ୍ରାଣପ୍ରତିଷ୍ଠାର ବିଧିବଦ୍ଧ କର୍ମକାଣ୍ଡ ଗୁରୁବାର ଗଣେଶ ପୂଜନରୁ ଆରମ୍ଭ ହୋଇଛି । ଗୁରୁବାର ମଧ୍ୟାହ୍ନ ସାଢେ ୧୨ଟାରେ ରାମଲାଲାଙ୍କ ମୂର୍ତ୍ତିକୁ ଆସନରେ ବୈଦିକ ମନ୍ତ୍ରୋଚାରଣ ପୂର୍ବକ ବିରାଜମାନ କରାଯାଇଥିଲା । ମଣ୍ଡପପୂଜା କ୍ରମରେ ମନ୍ଦିର ତୋରଣ, ଦ୍ୱାର, ଧ୍ୱଜା, ଆୟୁଧ, ପତାକା, ଦିଗପାଳ, ଦ୍ୱାରପାଳଙ୍କ ପୂଜା କରାଯାଇଥିଲା । ସେହିପରି ୫ଜଣ ବୈଦିକ ଆଚାର୍ଯ୍ୟ ଚାରି ବେଦର ପାରାୟଣ ଆରମ୍ଭ କରିଦେଇଛନ୍ତି । ଆଜି ପୂର୍ବାହ୍ନ ୯ଟାରେ ଅରଣିମନ୍ଥନରୁ ଅଗ୍ନିପ୍ରକଟ ନୀତି ସଂପନ୍ନ କରାଯିବ । ଏହାପୂର୍ବରୁ ଗଣପତି ଦେବ ଆଦି ସ୍ଥାପିତ ଦେବତାଙ୍କ ପୂଜନ, ଦ୍ୱାରାପାଳ ଦ୍ୱାରା ବେଦ ପାରାୟଣ, ଦେବ ପ୍ରବୋଧନ, କେସରାଧିବାସ, ଘୃତାଧିବାସ, କୁଣ୍ଡ ପୂଜନ ଓ ପଂଚଭୂସଂସ୍କାର ନୀତି ଅନୁଷ୍ଠିତ ହେବ ।

ଏହାପରେ ଅରଣିମନ୍ଥନରୁ ପ୍ରକଟ ଅଗ୍ନିକୁ କୁଣ୍ଡରେ ସ୍ଥାପନ କରାଯିବ । ଏହାଛଡା ଗ୍ରହସ୍ଥାପନା, ଅସଂଖ୍ୟାତ ରୁଦ୍ରପୀଠ ସ୍ଥାପନା, ପ୍ରଧାନଦେବତା ସ୍ଥାପନା, ଯୋଗିନୀ ମଣ୍ଡଳ ସ୍ଥାପନା, କ୍ଷେତ୍ରପାଳ ମଣ୍ଡଳ ସ୍ଥାପନ ଧାର୍ଯ୍ୟ ସମୟରେ ରୀତିନୀତ ଅନୁସାରେ ହେବ । ସେପଟେ ଆଜି ଅଯୋଧ୍ୟା ଗସ୍ତରେ ଆସିବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ପୂର୍ବାହ୍ନ ୧୧ଟାରେ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟା ଧାମ ପହଞ୍ଚିବେ । ପ୍ରଥମେ ହନୁମାନଗଡି ଯାଇ ଯାଇ ହନୁମାନଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବେ । ଏହାପରେ ପ୍ରତିଷ୍ଠା ଉତ୍ସବ ପାଇଁ ହୋଇଥିବା ଟେଂଟସିଟି ପରିଦର୍ଶନ କରିବେ । ଅପରାହ୍ନରେ ୨୨ ଜାନୁଆରିରେ ହେବାକୁ ଥିବା ପ୍ରତିଷ୍ଠା ସମାରୋହର ପ୍ରସ୍ତୁତି ସମୀକ୍ଷା କରିବା କାର୍ଯ୍ୟସୂଚୀ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com