Featuredଜାତୀୟ

ପୁଣି ଥରେ ଭାରତର ଇତିହାସ ଲେଖୁଛି ICHR

ଭାରତୀୟ ଐତିହାସିକ ଗବେଷଣା ପରିଷଦ  ପୁଣି ଥରେ ଭାରତର ଇତିହାସ ଲେଖିବା ଆରମ୍ଭ କରିଛି । ଏହାପରେ ଇତିହାସ ପୁସ୍ତକରେ ପରିବର୍ତ୍ତନ ଦେଖିବାକୁ ମିଳିବ । ଏହି ପ୍ରୋଜେକ୍ଟ ଅନୁଯାୟୀ, ଭାରତର ଇତିହାସ ସିନ୍ଧୁ ଘାଟି ସଭ୍ୟତାଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଲେଖାଯିବ । ଏଥିପାଇଁ ସ୍ଥାନୀୟ ଭାଷା ଓ ଅଭିଲେଖାରେ ଉପଲବ୍ଧ ଥିବା ତଥ୍ୟକୁ ବ୍ୟବହାର କରାଯିବ । ପ୍ରାଚୀନ କାଳରେ ଅନେକ ରାଜବଂଶ ରହିଥିଲେ । ମାତ୍ର ସେମାନଙ୍କ ବିଷୟରେ କୌଣସି ପୁସ୍ତକରେ କିଛି ଲେଖାଯାଇ ନଥିବାରୁ ସେମାନଙ୍କୁ କେହି ମନେ ପକାଉନାହାନ୍ତି । ତେଣୁ ସେମାନଙ୍କୁ ନୂଆ କରି ଲେଖାଯାଉଥିବା ଇତିହାସ ପୁସ୍ତକରେ ସ୍ଥାନ ଦିଆଯିବ । ଏହି ପ୍ରୋଜେକ୍ଟର ନାମ ‘କମ୍ପ୍ରେହେନସିଭ୍ ହିଷ୍ଟ୍ରି ଅଫ୍ ଇଣ୍ଡିଆ’ ନାମ ଦିଆଯାଇଛି । ଏହାକୁ ୧୨ରୁ ୧୪ ଭାଗରେ ବିଭକ୍ତ କରାଯାଇ ୩-୪ ବର୍ଷ ମଧ୍ୟରେ ଏହି କାର୍ଯ୍ୟ ସମାପ୍ତ କରାଯିବ । ଏହି ପ୍ରୋଜେକ୍ଟ ସମ୍ପୂର୍ଣ୍ଣ ହେବା ପରେ ଭାରତୀୟ ଇତିହାସ ବହି ବଦଳିବାର ସମ୍ଭାବନା ରହିଛି । ସାରା ଦେଶରୁ ୧୦୦ରୁ ଅଧିକ ଐତିହାସିକ ଏହି ପ୍ରୋଜେକ୍ଟରେ କାର୍ଯ୍ୟ କରୁଛନ୍ତି । ସେଥିରେ ଭିନ୍ନ ଭିନ୍ନ କ୍ଷେତ୍ରର ଏକ୍ସପର୍ଟ ରହିଛନ୍ତି । ଭାରତ ବିଷୟରେ ପ୍ରତ୍ୟେକ ସ୍ଥାନୀୟ ଉତ୍ସକୁ ଆଧାର କରି ବହି ଲେଖାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com