Featuredଜାତୀୟରାଜନୀତି

ରାହୁଲ ଗାନ୍ଧୀଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଚିଠି: ‘ବନ୍ଦ କର ଭାରତ ଯୋଡୋ ଯାତ୍ରା’

ସାରା ଦେଶରେ ଚାଲିଥିବା ‘ଭାରତ ଯୋଡୋ ଯାତ୍ରାକୁ ଯଥାଶୀଘ୍ର ବନ୍ଦ କରିବାକୁ ରାହୁଲ ଗାନ୍ଧୀଙ୍କୁ କହିଛନ୍ତି କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ମାଣ୍ଡଭିୟ କହିଛନ୍ତି ଯେ, ଭାରତ ଯୋଡୋ ଯାତ୍ରାରେ କରୋନା ଗାଇଡଲାଇନକୁ କଡାକଡି ଭାବେ ପାଳନ କରାଯାଉ । ଯଦି ତାହା ସମ୍ଭବ ନୁହେଁ ତେବେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଯଥାଶୀଘ୍ର ଏହାକୁ ରଦ୍ଦ କରାଯାଉ ।

ରାହୁଲଙ୍କୁ ଚିଠି ଲେଖି ମାଣ୍ଡଭିୟ କହିଛନ୍ତି ଯେ, ରାଜସ୍ଥାନରେ ଜାରି ଥିବା ଭାରତ ଯୋଡୋ ଯାତ୍ରାରେ କରୋନା ଗାଇଡଲାଇକୁ କଡାକଡି ଭାବେ ପାଳନ କରାଯାଉ । ମାସ୍କ, ଓ ସାଇଟାଇଜରର ବ୍ୟବହାର କରାଯାଉ । ଯାତ୍ରାରେ କେବଳ ଭ୍ୟାକ୍ସିନ ନେଇଥିବା ଲୋକେ ହିଁ ଅଂଶଗ୍ରହଣ କରନ୍ତୁ । ନଚେତ୍ ଏହି ଅଭିଯାନକୁ ବନ୍ଦ କରାଯାଉ’। ବିଦେଶରେ ପୁଣି କରୋନା କାୟା ବିସ୍ତାର କରିବା ପରେ ଭାରତରେ ସତର୍କତାକୁ ଦୃଷ୍ଟିରେ ରଖି ରାହୁଲ ଗାନ୍ଧୀଙ୍କୁ ଚେତାଇଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com