Breaking NewsFeaturedଓଡ଼ିଶାରାଜନୀତି

ମାଡ଼ି ଚାଲିଛନ୍ତି ମାଓବାଦୀ, ଜାଳିଦେଲେ ୯ଟି ମେସିନ

ରାୟଗଡ଼ାରେ ପୁଣି ମାତିଛନ୍ତି ମାଓବାଦୀ, ଦେଲେଣି ଧମକପୂର୍ଣ୍ଣ ପୋଷ୍ଟର୍‌

ମୋବାଇଲ ନ୍ୟୁଜ ବ୍ୟୁରୋ: ମାଡ଼ି ଚାଲିଛନ୍ତି ମାଓବାଦୀ, ଜାଳିଦେଲେ ୯ଟି ମେସିନ। ରାୟଗଡ଼ା ଜିଲ୍ଲାରେ ପୁଲିସକୁ ଦେଉଛନ୍ତି ଖୋଲା ଚାଲେଞ୍ଜ  । ରାୟଗଡାର ଏକ କ୍ରସରରେ ପଶି ୯ଟି  ମେସିନ ଜାଳି ଦେଇଥିବାବେଳେ ଏବେ ମାରିଛନ୍ତି ଧମକପୂର୍ଣ୍ଣ ପୋଷ୍ଟର ।  ରାୟଗଡା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଭୁରୁଷିଖମାର ଛକରେ ପୁଣି ଦେଖିବାକୁ ମିଳିଛି ମାଓବାଦୀଙ୍କ ବ୍ୟାନର ଓ ପୋଷ୍ଟର । ନାଲି ଓ କଳା କାଳିରେ ଲେଖା ଥିବା ଏହି ପୋଷ୍ଟର CPI ମାଓବାଦୀ ବଂଶଧରା-ଘୁମୁସର-ନାଗାବଳୀ ଡିଭିଜିନାଲ କମିଟି ତରଫରୁ ଲଗାଯାଇଥିବା ଜଣାପଡ଼ିଛି। ସହରର ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଥିବା ବେଳେ ସାଧାରଣ ଲୋକେ ଆତଙ୍କିତ ହୋଇପଡିଛନ୍ତି ।

ଏହି ପୋଷ୍ଟରରେ ମାଓବାଦୀମାନେ କେତେକ ଚେତାବନୀ ଦେଇଛନ୍ତି ।  ଶେରକାପାଡିରୁ ନିୟମଗିରିକୁ ଯାଉଥିବା ରାସ୍ତା କାମ ବନ୍ଦ କରିବାକୁ ଏଥିରେ ଚେତାବନୀ ଦିଆଯାଇଛି । ସେହିପରି ଆଦିବାସୀଙ୍କ ଠାରୁ ସବୁ ଜଙ୍ଗଲ ଜମି ପୁଞ୍ଜିପତି ହାତକୁ ଟେକି ଦିଆଯାଉଛି, ତେଣୁ ସରକାର ଏଥିରୁ ନିବୃତ୍ତ ରୁହନ୍ତୁ ବୋଲି ଲେଖାଯାଇଛି। ଖାଲି ସେତିକି ନୁହେଁ, ନିୟମଗିରି ଓ ଶାଶୁବହୁମାଳୀ ପର୍ବତରେ ଯେଉ ଦଲାଲ ମାନେ ବୁଲୁଛନ୍ତି ସେମାନେ  ସାବଧାନ ରୁହନ୍ତୁ ବୋଲି ମଧ୍ୟ ପୋଷ୍ଟରରେ ଉଲ୍ଲେଖ ରହିଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com