Featuredଅନ୍ତର୍ଜାତୀୟ

ଜନସଂଖ୍ୟା ବୃଦ୍ଧି ପାଇଁ ବିନା ବିବାହରେ ପିଲା ଜନ୍ମ କରିବାକୁ ମଞ୍ଜୁରୀ ଦେଲା ଚୀନ

ଚୀନର ଜନସଂଖ୍ୟା ୧୪୧କୋଟିରୁ ଅଧିକ ରହିଛି । ତଥାବି ଜନସଂଖ୍ୟା ବଢାଇବାକୁ ଚାହୁଁଛନ୍ତି ଚୀନ୍ ସରକାର । ଅଧିକ ପିଲା ଜନ୍ମ କରିବା ପାଇଁ ଲୋକଙ୍କୁ ବିଭିନ୍ନ ସୁବିଧା ଯୋଗାଇଦେଉଛନ୍ତି ।
କରୋନା କାରଣରୁ ମୃତ୍ୟୁ ହେଉ ବା ଅନ୍ୟାନ୍ୟ କାରଣ ପାଇଁ ଚୀନର ଜନସଂଖ୍ୟା ଦିନକୁ ଦିନ କମିବାରେ ଲାଗିଥିବାରୁ ଜନସଂଖ୍ୟା ବୃଦ୍ଧି କରିବା ନେଇ ନିୟମ ପରିବର୍ତ୍ତନ କରୁଛି ଚୀନ୍ । ଲୋକଙ୍କୁ ଅଧିକ ପିଲା ଜନ୍ମ କରିବା ଦିଗରେ ପ୍ରୋତ୍ସାହନ ପ୍ରଦାନ କରାଯାଉଛି । ଗର୍ଭବତୀ ମହିଳାଙ୍କୁ ବିନା ଦରମା କାଟରେ ଅଫିସରୁ ଛୁଟି ମିଳିବା ସହ, ମେଡିକାଲ ଖର୍ଚ୍ଚ ଏବଂ ଅନ୍ୟାନ୍ୟ ସୁବିଧାମାନ ପ୍ରଦାନ କରୁଛନ୍ତି ଚୀନ୍ ସରକାର । ସବୁଠୁ ବଡ କଥା ହେଉଛି ସିଜୁଆନରେ ବିବାହ ବିନା ମାଆ ହେଉଥିବା ମହିଳାଙ୍କୁ ବି ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି ସରକାର ।

Related Articles

Back to top button
WP Twitter Auto Publish Powered By : XYZScripts.com