ଜାତୀୟ

ଜଟିଳ ହୋଇପାରେ ପୂର୍ବତନ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ CEO ଚିତ୍ରା ରାମକୃଷ୍ଣନଙ୍କ ସମସ୍ୟା, ଏବେ ସମନ କରିବେ CBI

ନୂଆଦିଲ୍ଲୀ() ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ)ଙ୍କ ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ଚିତ୍ରା ରାମକୃଷ୍ଣନ ସମସ୍ୟା ଆଗକୁ ଅଧିକ ଜଟିଳ ହୋଇପାରେ। କେନ୍ଦ୍ରୀୟ ଅନ୍ୱେଷଣ ବ୍ୟୁରୋ( ସିବିଆଇ)ଏବେ  ତାଙ୍କୁ ସମନ କରିବେ ବୋଲି ବିଚାର କରୁଥିବା ଜଣାପଡିଛି। ଏନଏସଇଙ୍କ ସମ୍ବେଦନଶୀଳ ଓ ଗୋପନୀୟ ସୂଚନା ରାମକୃଷ୍ଣନ ହିମାଳୟର କୌଣସି ସାଧୁଙ୍କୁ ପ୍ରଦାନ କରିଥିବାର ଅଭିଯୋଗ ଉପରେ ସିବିଆଇ ତଦନ୍ତ କରୁଛନ୍ତି।

ଏହି ଅଭିଯୋଗ ଆଧାରରେ ସିବିଆଇ ଏନଏସଇଙ୍କ ପୂର୍ବତନ ସିଇଓଙ୍କ ମୁମ୍ବାଇ ଓ ଚେନ୍ନାଇସ୍ଥିତ ବାସଭବନ ଉପରେ ମଧ୍ୟ ଚଢଉ  କରିଥିଲେ। ଏଥିରୁ ଅନେକ ସମ୍ବେଦନଶୀଳ କାଗଜପତ୍ର ମିଳିଥିବାର ଜଣାପଡିଛି। ସେପଟେ ଆୟକର ବିଭାଗ ରାମକୃଷ୍ଣନଙ୍କ ବିଭିନ୍ନ ନେଣଦେଣର ଯାଞ୍ଚ କରିଛନ୍ତି। ମାମଲାରେ ଆୟକର ବିଭାଗ ତାଙ୍କର କିଛି କର୍ମଚାରୀଙ୍କ ବୟାନ ମଧ୍ୟ ରେକର୍ଡ କରିଛନ୍ତି। ନିକଟରେ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ରାମକୃଷ୍ଣନଙ୍କୁ ୩ କୋଟି ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି।

ଅଭିଯୋଗ ଅନୁସାରେ ଚିତ୍ରା ୨୦୧୪ରୁ ୨୦୧୬ ମଧ୍ୟରେ ଜନୈକ ଯୋଗୀଙ୍କ ଇ-ମେଲ ଆଇଡିକୁ ନିୟମିତ ମେଲ କରୁଥିଲେ। ଏଥିରେ ସେ ଷ୍ଟକ୍ ଏକ୍ସଚେଞ୍ଜର ସଙ୍ଗଠନାତ୍ମକ ତଥ୍ୟ ସମେତ  ଲାଭାଂଶ ପରିଦୃଷ୍ୟ, ଆର୍ଥିକ ଫଳାଫଳ, ଏଚଆର ପଲିସି, ରେଗୁଲେଟରଙ୍କୁ ଦିଆଯାଉଥିବା ବିଭିନ୍ନ ଜବାବ ଆଦି ପଠାଇଥିଲେ। ତେବେ ସେ ଯାହାଙ୍କୁ ଅଜ୍ଞାତ ଯୋଗୀ ବୋଲି କହୁଛନ୍ତି ସେ ହୁଏତ ତାଙ୍କ ସମୟରେ ନିଯୁକ୍ତ ଏନଏସଇଙ୍କ ମୁଖ୍ୟ ରଣନୈତିକ ପରାମର୍ଶଦାତା ସୁବ୍ରମଣ୍ୟମ ହୋଇଥାଇପାରନ୍ତି।

ସୁବ୍ରମଣ୍ୟମଙ୍କୁ ସେ ହିଁ ସେହି ପଦରେ ନିଯୁକ୍ତ କରିଥିଲେ। ଏହା ପୂର୍ବରୁ ସୁବ୍ରମଣ୍ୟମ ବାଲ୍ମର ଏଣ୍ଡ ଲରୀରେ ମ୍ୟାନେଜର ଥିଲେ। ତାଙ୍କର ସେୟାର ବଜାରର କୌଣସି ଅଭିଜ୍ଞତା ମଧ୍ୟ ନଥିଲା। ୨୦୧୩ରୁ ୨୦୧୫ ମସିହା ପର୍ଯ୍ୟନ୍ତ ସେ ମୁଖ୍ୟ ରଣନୈତିକ ପରାମର୍ଶଦାତା ଭାବେ କାମ କରିଥିବା ବେଳେ ୨୦୧୫ରୁ ୨୦୧୬ ପର୍ଯ୍ୟନ୍ତ ଗ୍ରୁପ ଅପରେଟିଂ ଅଧିକାରୀ ଓ ଏମଡିଙ୍କ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିଲେ। ଏନଏସଇରେ ତାଙ୍କର ବାର୍ଷିକ ବେତନ ୧୫ ଲକ୍ଷ ଟଙ୍କାରୁ ବଢାଇ ଚିତ୍ରା ରାମକୃଷ୍ଣନ ୧ କୋଟି ୬୮ ଲକ୍ଷ ଟଙ୍କା କରିଦେଇଥିଲେ। ପରେ ୨୦୧୭ ମସିହାରେ ତାଙ୍କର ବାର୍ଷିକ ବେତନ ବଢି ୪ କୋଟି ୨୧ ଲକ୍ଷ ହୋଇଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com