Featuredକ୍ରୀଡ଼ାଜାତୀୟ

IPL ରେ ରୋହିତଙ୍କ କମାଲ୍‌, ହିଟ୍ ମ୍ୟାନ୍ ଏବେ Ranking @ 7

୧୧,୦୦୦ ରନ୍ କ୍ଲବ୍‌ରେ ସାମିଲ ହେଲେ, ରଚିଲେ ନୂଆ ରେକର୍ଡ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଆଇପିଏଲରେ ରୋହିତଙ୍କ କମାଲ । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ କିର୍ତ୍ତୀମାନ ସ୍ଥାପନ କରିଛନ୍ତି ମୁମ୍ବାଇ ଇଣ୍ଡିଆନର ଅଧିନାୟକ ରୋହିତ ଶର୍ମା । ଟି-୨୦ ରେ ୧୧ ହଜାର ରନ ସଂଗ୍ରହ କରିଥିବା ଖେଳାଳିଙ୍କ ତାଲିକାରେ ବର୍ତ୍ତମାନ ସେ ସାମିଲ ହୋଇଯାଇଛନ୍ତି । ଟି-୨୦ କ୍ରିକେଟରେ ୧୧ ହଜାର ରନ ସଂଗ୍ରହ କରିଥିବା ବ୍ୟାଟସ ମ୍ୟାନଙ୍କ ତାଲିକାରେ ରୋହିତ ଶର୍ମା ସପ୍ତମ ସ୍ଥାନରେ ଅଛନ୍ତି । ସେହିପରି ବିରାଟ କୋହଲିଙ୍କ ପରେ ଦ୍ୱିତୀୟ ଭାରତୀୟ ଖେଳାଳୀ ଭାବେ ରୋହିତ ଏହି ସଫଳତା ହାସଲ କରିଛନ୍ତି । ମ୍ୟାଚ ଆରମ୍ଭରୁ ରୋହିତଙ୍କୁ ୧୧ ହଜାର ରନ ଅତିକ୍ରମ କରିବା ପାଇଁ ୪୦ ରନର ଆବଶ୍ୟକତା ଥିଲା । ସେ ସମୟ ନଷ୍ଟ ନକରି ସନରାଇଜ ହାଇଦ୍ରାବାଦ ବିପକ୍ଷରେ ଖେଳି ଏହି ମାଇଲ ଖୁଂଟ ଅତିକ୍ରମ କରିଥିଲେ।

ଆଉ ବଡ କଥା ହେଲା ଲଗାତାର ତିନୋଟି ଚୌକା ମାରି ସେ ଏହି ରେକର୍ଡର ଅଧିକାରୀ ହୋଇଥିଲୋ ତେବେ କୋହଲିଙ୍କ ବ୍ୟତିତ ୱେଷ୍ଟଇଣ୍ଡିଜ ଖେଳାଳୀ କ୍ରିସ ଗେଲ, ପାକିସ୍ତାନର ଶୋଏବ ମଲିକ, ୱେଷ୍ଟଇଣ୍ଡିଜର କିରନ ପୋଲାର୍ଡ, ଅଷ୍ଟ୍ରେଲିଆର ଡେଭିଡ ୱାର୍ଣ୍ଣର ଏବଂ ଆରୋନ ଫିଂଚଙ୍କ ପରେ ରୋହିତ ଶର୍ମା ସପ୍ତମରେ ଅଛନ୍ତି । ଟି-୨୦ରେ ସର୍ବାଧିକ ୧୪ ହଜାର ୫୬୨ ରନ କରି କ୍ରିସ ଗେଲ ସାଜିଛନ୍ତି ହାଇଏଷ୍ଟ ସ୍କୋରର।

ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକର ଥିଲା । ପ୍ଲେ ଅଫ ଆଶା ବଂଚେଇ ରଖିବା ପାଇଁ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକୀୟ ଇନିଂସ ଏବଂ କ୍ୟାମେରୁନ ଗ୍ରୀନଙ୍କ ଧୁଆଁଧାର ଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୮ ଓି୍ୱକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୫ ଓି୍ୱକେଟ ହରାଇ ୨୦୦ ରନ କରିଥିଲା । ଜବାବରେ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାମେରୁନ ଗ୍ରୀନଙ୍କ ଶତକ ବଳରେ ୨୦୧ ରନର ବିଜୟ ଲକ୍ଷକୁ ୨ ଓି୍ୱକେଟ ହରାଇ ମାତ୍ର ୧୮ ଓଭରରେ ହାସଲ କରିନେଇଛି । ଅଧିନାୟକ ରୋହିତ ଶର୍ମା ୫୬ ରନର ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ୨୫ ରନରେ ଅପରାଜିତ ଥିଲେ । ସେପଟେ ଶୋଚନୀୟ ପରାଜୟ ସହ ଟୁର୍ଣ୍ଣାମେଣ୍ଟରୁ ବିଦାନେଇଛି ସନରାଇଜର୍ସ ହାଇଦ୍ରାବାଦ ।

Related Articles

Back to top button
WP Twitter Auto Publish Powered By : XYZScripts.com