ଜାତୀୟରାଜନୀତି

ୟୁନିଫର୍ମ ସିଭିଲ କୋଡ୍ ଲାଗୁ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ରାଜ ଠାକ୍‌ରେଙ୍କ ଅନୁରୋଧ

ମୁମ୍ବାଇ: ପୁଣିଥରେ ୟୁନିଫର୍ମ ସିଭିଲ କୋଡ୍ କଥା ଉଠାଇଛନ୍ତି ରାଜ ଠାକରେ। ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ରବିବାର ପୁଣେରେ ରାଲିକୁ ସମ୍ବୋଧନ କରି ୟୁନିଫର୍ମ ସିଭିଲ କୋଡ୍ ଲାଗୁ କରିବାକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ  ଅନୁରୋଧ କରିଛନ୍ତି। ସେ କହିଛନ୍ତି ” ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଯେ ସେ ଯେତେଶୀଘ୍ର ହେବ ଦେଶର ସମାନ ଆଚରଣ ସଂହିତା ଲାଗୁ କରନ୍ତୁ। ତା ସହିତ ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ ମଧ୍ୟ ଏକ ଆଇନ ଆଣନ୍ତୁ। ଏବଂ ଔରଙ୍ଗାବାଦକୁ ସମ୍ଭାଜୀନଗର ଭାବରେ ନାମିତ କରନ୍ତୁ।” ରାଲିରେ ଏମ୍‌ଏନ୍‌ଏସ୍‌ କର୍ମୀଙ୍କୁ ସମ୍ବୋଧନ କରି ମହାରାଷ୍ଟ୍ର ବିକାଶ ଅଘାଡ଼ି ସରକାରକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି “AIMIM ଦଳ ବିସ୍ତାର କରିବା ପାଇଁ ଏମ୍‌ଭିଏ ସରକାର ଦାୟୀ। ଆଶ୍ଚର୍ଯ୍ୟ ଲାଗୁଛି ଯେ AIMIMର ପ୍ରାର୍ଥୀ ଔରଙ୍ଗାବାଦ ଲୋକସଭା ଆସନରେ ଶିବସେନା ପ୍ରାର୍ଥୀଙ୍କୁ ପରାସ୍ତ କରି ସାଂସଦ ହୋଇଛନ୍ତି।”

Related Articles

Back to top button
WP Twitter Auto Publish Powered By : XYZScripts.com