ଜାତୀୟମନୋରଞ୍ଜନ

କ୍ଷମା ମାଗିଲେ ନୟନତାରା-ବିଗ୍ନେଶ, ତିରୁପତି ମନ୍ଦିରର ନିୟମ ଉଲ୍ଲଂଘନ କରିବା ନେଇ ଜାରି ହୋଇଥିଲା ନୋଟିସ୍‌

ମୁମ୍ବାଇ : ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁନ୍ଦରୀ ତଥା ଜଣାଶୁଣା ଅଭିନେତ୍ରୀମାନଙ୍କ ମଧ୍ୟରୁ ନୟନତାରା ଅନ୍ୟତମ। ନିକଟରେ ସେ ନିର୍ଦ୍ଦେଶକ ବିଗ୍ନେଶଙ୍କୁ ବିବାହ କରିଥିଲେ । ୯ ଜୁନ୍‌ରେ, ଦୁହେଁ ତାମିଲ୍ ରୀତିନୀତି ହାତକୁ ଦି ହାତ ହୋଇଥିଲେ । ବିବାହର ପରଦିନ ନବ ଦମ୍ପତି ଆଶୀର୍ବାଦ ପାଇବା ପାଇଁ ତିରୁପତି ବାଲାଜୀ ମନ୍ଦିରରେ ପହଞ୍ଚିଥିଲେ । ଏହି ସମୟରେ ସେମାନଙ୍କ ବିରୋଧରେ ଏକ ଆଇନଗତ ନୋଟିସ୍ ଜାରି କରାଯାଇଥିଲା। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ​​

ବର୍ତ୍ତମାନ ଉଭୟଙ୍କ ନିଜ ତରଫରୁ କ୍ଷମା ପ୍ରାର୍ଥନା କରିଛନ୍ତି। ବିଗ୍ନେଶ ଶିବନ କହିଛନ୍ତି ଯେ ସେ ବିବାହ ପରେ ଘରକୁ ଯିବା ପୂର୍ବରୁ ଆଶୀର୍ବାଦ ପାଇବା ପାଇଁ ମନ୍ଦିରକୁ ଯାଇଥିଲେ । ସେଠାରେ ବହୁତ ଲୋକ ଆସି ସେମାନଙ୍କୁ ଘେରି ଯାଇଥିଲେ। ଏହି ସମୟରେ, ଯେତେବେଳେ ସେଠାରୁ ବାହାରକୁ ଯିବାକୁ ସ୍ଥିର କଲେ ସେତେବେଳେ ଆମେ ଜାଣି ନଥିଲୁ ଯେ ଚପଲ ପିନ୍ଧି ସେହି ସ୍ଥାନକୁ ପ୍ରବେଶ କରୁଛୁ । ଯେଉଁଠାରେ ଭିତରକୁ ଯିବା ପାଇଁ ଅନୁମତି ନିଷେଧ । ଯାହାର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଉଭୟ ଏଥିପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ।

ନୟନ୍ତରା ଏବଂ ବିଗ୍ନେଶ ଶିବନ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ କରୁଛନ୍ତି । ଦୁହେଁ ପ୍ରଥମେ ଫିଲ୍ମର ସେଟ୍‌ରେ ସାକ୍ଷାତ ହୋଇଥିଲେ । ଏହା ପରେ, ଏକ ଆୱାର୍ଡ ଶୋ’ରେ ଉଭୟ ନିଜ ସମ୍ପର୍କକୁ ଅଫିସିଆଲ୍ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com