ଜାତୀୟ

ଘୁଷୁରୀ ହୃତପିଣ୍ଡ ପ୍ରତିରୋପଣ ହୋଇଥିବା ବ୍ୟକ୍ତିଙ୍କ ହେଲା ମୃତ୍ୟୁ; ପୁଅ କହିଲେ ଏଭଳି କଥା

ନୂଆଦିଲ୍ଲୀ: ଦୁନିଆରେ ପ୍ରଥମ ଥର ପାଇଁ ମଣିଷ ଶରୀରରେ ଘୁଷୁରୀ ହୃତପିଣ୍ଡ ପ୍ରତିରୋପଣ କରାଯାଇଥିଲା। ଏହାକୁ ଆମେରିକୀୟ ଡାକ୍ତରୀ ଟିମର ଚମତ୍କାର ବୋଲି କୁହାଯାଇଥିଲା। ତେବେ ଯେଉଁ ବ୍ୟକ୍ତିଙ୍କ ଶରୀରରେ ଏହି ଘୁଷୁରୀ ହୃତପିଣ୍ଡ ପ୍ରତିରୋପଣ କରାଯାଇଥିବା ତାଙ୍କର ନିକଟରେ ମୃତ୍ୟୁ ହୋଇଥିବା ଖବର ମିଳିଛି।

ଆମେରିକାର ୟୁନିଭରସିଟି ଅଫ ମେରିଲ୍ୟାଣ୍ଡ ମେଡିକାଲ ସେଣ୍ଟରରେ ୫୭ ବର୍ଷିୟ ଡେଭିଡ ବେନେଟଙ୍କ ଚିକିତ୍ସା ସମୟରେ ମୃତ୍ୟୁ ହୋଇଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ। ଚଳିତ ବର୍ଷ ଜାନୁଆରିରେ ଏକ ଅସ୍ତ୍ରୋପଚାର କରି ଘୁଷୁରୀ ହୃତପିଣ୍ଡ ତାଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା।

US man who got first pig heart transplant dies after 2 months - World News
India Today

ତେବେ ଡେଭିଡ ବେନେଟଙ୍କ ମୃତ୍ୟୁର ପ୍ରକୃତ କାରଣ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଡାକ୍ତରମାନେ ସ୍ପଷ୍ଟ କରି ପାରି ନଥିଲେ। କିନ୍ତୁ ନିଶ୍ଚିତ କରିଥିଲେ କି ଡେଭିଡଙ୍କ ସ୍ୱାସ୍ଥ୍ୟ କିଛି ଦିନ ହେବ ବିଗିଡ଼ିବାରେ ଲାଗିଥିଲା। ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବାପାଙ୍କ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିବା ଡାକ୍ତରମାନଙ୍କୁ ଡେଭିଡଙ୍କ ପୁଅ ଧନ୍ୟବାଦ ଜଣାଇଥିଲେ।। ଜାନୁଆରି ୭ ତାରିଖରେ ଡେଭିଡ ବେନେଟଙ୍କ ଅସ୍ତ୍ରେପଚାର କରାଯାଇଥିଲା । ଏହି ଅସ୍ତ୍ରୋପଚାର ସାରା ବିଶ୍ୱରେ ଅନେକ ଆଲୋଚନା ହୋଇଥିଲା । ଚିକିତ୍ସା ଇତିହାସରେ ଏହା ପ୍ରଥମ ହୋଇଥିବା ବେଳେ ଆଗାମୀ ସମୟରେ ଅଙ୍ଗଦାନର ଅଭାବକୁ  ଏହା ପୂରଣ କରିବାକୁ ଏହି ପଦ୍ଧତି ସାହାଯ୍ୟ କରିବ ବୋଲି ବିଶ୍ୱାସ କରାଯାଇଥିଲା।

US man who got first pig heart transplant dies after two months- The New  Indian Express
The New Indian Express

ଡେଭିଡ ବେନେଟଙ୍କ ପୁଅ କହିଛନ୍ତି, ବାପା ଜାଣିଥିଲେ ଏହି ଘୁଷୁରୀ ହୃତପିଣ୍ଡ ଶରୀରରେ କାମ କରିପାରେ ନ ବି କରିପାରେ। ଏହା ସତ୍ତ୍ବେ ବି ସେ ସାହାସ ଦେଖାଇ ଏହି ଅସ୍ତ୍ରୋପଚାର ପାଇଁ ରାଜି ହୋଇଯାଇଥିଲେ। ଗତ ମାସରେ ଡାକ୍ତରଖାନାର ଫିଜିଓଥେରାପିଷ୍ଟଙ୍କ ସହ ଡେଭିଡଙ୍କ ଏକ ଭିଡିଓ କରାଯାଇଥିଲା ଯେଉଁଥିରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଦେଖାଯାଉଥିଲେ।

ତେବେ ବାଲଟିମୋର ଡାକ୍ତରଖାନାରେ ଅସ୍ତ୍ରୋପଚାର କରିଥିବା ଡାକ୍ତର ବାର୍ଟଲେ ଗ୍ରିଫିଥ କହିଛନ୍ତି ଯେ ଡେଭିଡ ବେନେଟଙ୍କ ମୃତ୍ୟୁରେ ଆମେ ଗଭୀର ଦୁଃଖୀତ। କାରଣ ସେ ଜଣେ ସାହସୀ ରୋଗୀ ଥି‌ଲେ। ତାଙ୍କୁ ଜୀବିତ ରଖିବାକୁ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରାଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com