ଐତିହ୍ୟ ଓ ସଂସ୍କୃତିଜାତୀୟ

କୋର୍ଟଙ୍କ ନିଷ୍ପତ୍ତି ଆସିବା ମାତ୍ରେ ପରୀକ୍ଷା ବହିଷ୍କାର କଲେ ୩୫ ଛାତ୍ରୀ, କହିଲେ- ବିନା ହିଜାବରେ ଦେବୁନି ପରୀକ୍ଷା

ବେଙ୍ଗାଲୁରୁ : ହିଜାବ ବିବାଦରେ ମଙ୍ଗଳବାର କର୍ଣ୍ଣାଟକ ହାଇକୋର୍ଟଙ୍କ ପକ୍ଷରୁ ରାୟ ପ୍ରକାଶ ପାଇଛି। ହିଜାବ ଇସଲାମ ଧର୍ମର ଅଭିନ୍ନ ଅଙ୍ଗ ନୁହେଁ ବୋଲି କହିଛନ୍ତି ନ୍ୟାୟାଳୟ। କଲେଜ୍-ସ୍କୁଲରେ କେବଳ ୟୁନିଫର୍ମ ଚାଲିବ ବୋଲି  ହାଇକୋର୍ଟ କହିଛନ୍ତି। ଅଦାଲତଙ୍କ ଏହି ନିଷ୍ପତ୍ତି ପରେ ବି ହିଜାବ ପିନ୍ଧିବା ନିଜ ଜିଦରେ ଅଟଳ ଅଛନ୍ତି ଛାତ୍ରୀ। ଅଦାଲତଙ୍କ ରାୟକୁ ବିରୋଧ କରି ଏକ କଲେଜ୍‌ରେ ଛାତ୍ରୀମାନ ପରୀକ୍ଷା ବହିଷ୍କାର କରିଛନ୍ତି। ହିଜାବ ପିନ୍ଧିଥିବା ଏହି ସବୁ ଛାତ୍ରୀମାନେ ପରୀକ୍ଷା ହଲ୍‌ରୁ ଉଠି ଆସିଛନ୍ତି।
କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟ ପ୍ରକାଶ ପାଇବାର କିଛି ସମୟ ପରେ ଏହି ଘଟଣା ସାମ୍ନାକୁ ଆସିଛି। ଇଣ୍ଡିଆ ଟୁଡେର ଖବର ଅନୁଯାୟୀ କର୍ଣ୍ଣାଟକର ୟାଦଗିରର ସୁରାପୁରା ଅଞ୍ଚଳ ସ୍ଥିତ କେମ୍ବାଭି ସରକାରୀ କଲେଜ୍‌ର ଛାତ୍ରୀମାନେ ପରୀକ୍ଷାକୁ ବହିଷ୍କାର କରି  ବାହାରକୁ ଚାଲି ଆସିଛନ୍ତି। ଏହି ସବୁ ଛାତ୍ରୀମାନେ  ହିଜାବ ପିନ୍ଧି କଲେଜକୁ ପରୀକ୍ଷା ଦେବାକୁ ଆସିଥିଲେ। ପରୀକ୍ଷା ମଙ୍ଗଳବାର ସକାଳ ୧୦ଟାରେ ଆରମ୍ଭ  ହୋଇ ୧ଟାରେ ଶେଷ ହେବାର ଥିଲା।
ଖବର ଅନୁଯାୟୀ, କଲେଜ୍‌ର ଶିକ୍ଷୟତ୍ରୀ ଶକୁନ୍ତଳା ଏହି ସବୁ ଛାତ୍ରୀମାନଙ୍କୁ କର୍ଣ୍ଣାଟକ ହାଇକୋର୍ଟର ନିୟମ ପାଳନ କରିବାକୁ କହିଥିଲେ। ମାତ୍ର ସେମାନେ ମାନିନଥିଲେ ଏବଂ ପରୀକ୍ଷା କକ୍ଷରୁ ବାହାରି ଆସିଥିଲେ। ଶିକ୍ଷୟତ୍ରୀଙ୍କ ଅନୁଯାୟୀ, ପ୍ରାୟ ୩୫ ଛାତ୍ରୀମାନେ ପରୀକ୍ଷାର ବହିଷ୍କାର କରିଛନ୍ତି। ଏହି ସବୁ ଛାତ୍ରୀମାନେ ନିଜ ଅଭିଭାବକଙ୍କ ସହ ଆଲୋଚନା କରିବା ପରେ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି କହିଛନ୍ତି।
ଜଣେ ଛାତ୍ରୀ କହିଛନ୍ତି, ଆମେ ହିଜାବ ପିନ୍ଧି ପରୀକ୍ଷା ଦେବୁ ଏବଂ ଯଦି ଏହାକୁ ଓହ୍ଲାଇବାକୁ କୁହାଯାଏ ତେବେ ପରୀକ୍ଷା ଦେବୁ ନାହିଁ। କର୍ଣ୍ଣାଟକ ହାଇକୋର୍ଟର ତିନି ଜଣିଆ ଖଣ୍ଡପୀଠ ମଙ୍ଗଳବାର ହିଜାବ ମାମଲାରେ ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଅଦାଲତ କହିଛନ୍ତି, ହିଜାବ ପିନ୍ଧିବା ଇସଲାମ ଧର୍ମର ଆବଶ୍ୟକ ପରମ୍ପରାରେ ଅନ୍ତର୍ଭୁକ୍ତ ନାହିଁ। ୟୁନିଫର୍ମ ପିନ୍ଧିବାକୁ ଛାତ୍ର-ଛାତ୍ରୀ ବିରୋଧ କରି ପାରିବେ ନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com