ଜାତୀୟମନୋରଞ୍ଜନ

ରିଲିଜ୍‌ ହେଲା ଫିଲ୍ମ ‘ସାବାସ ମିଠୁ’ର ଟିଜର…

ମୁମ୍ବାଇ() ହୋଲି ଅବସରରେ ରିଲିଜ ହୋଇଛି ‘ସାବାସ ମିଠୁ’ର ଟିଜର । ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ମିତାଲି ରାଜଙ୍କ ଜୀବନୀ ଉପରେ ଆଧାରିତ ବାୟୋପିକ୍‌। ଏଥିରେ ମିତାଲିଙ୍କ ଭୂମିକାରେ ନଜର ଆସିବେ ବଲିଉଡ ଚୁଲବୁଲୀ ନାୟିକା ତାପସୀ ପନ୍ନୁ । ଏହି ଫିଲ୍ମର ଟିଜିରକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅପଲୋଡ କରିଛନ୍ତି ତାପସୀ ।

ବର୍ତ୍ତମାନ ଭିଡିଓଟି ଖୁବ ଭାଇରାଲ ହେବା ସହ ସମସ୍ତଙ୍କ ମନକୁ ଛୁଇଁଛି । ୫୬ ସେକେଣ୍ଡର ଏହି ଭିଡିଓରେ ତାପସୀ ଡ୍ରେସିଙ୍ଗ ରୁମ ସହ ମିତାଲିଙ୍କ ଜର୍ସିରେ ପଡିଆ ଭିତରେ ଏଣ୍ଟ୍ରି ମାରୁଥିବାର ଦେଖିବାକୁ ମିଳିଛି । ଏହା ସହିତ ଦର୍ଶକ ତ୍ରିରଙ୍ଗା ପତାକା ସହ ତାଙ୍କର ସ୍ୱାଗତ କରୁଥିବା ଭିଡିଓରେ ଦର୍ଶାଯାଇଛି । ମିତାଲିଙ୍କ ସ୍ଥାନରେ ଥିବା ତାପସୀଙ୍କୁ ଇଣ୍ଟ୍ରୋଡ୍ୟୁସ କରିବା ସହ ତାଙ୍କ ରେକର୍ଡ ବିଷୟରେ ବଖାଣିଛନ୍ତି କମେଣ୍ଟ୍ରେଟର ।

 

View this post on Instagram

 

A post shared by Taapsee Pannu (@taapsee)

ତାପସୀଙ୍କ ବ୍ୟତୀତ ଏହି ସିନେମାରେ ପ୍ରମୁଖ ଭୂମିକାରେ ନଜର ଆସିବେ ଅଭିନେତା ବିଜୟ ରାଜ । ବାୟାକାମ ୧୮ ଷ୍ଟୁଡିଓଜ ଏହି ସିନେମାର ପ୍ରଯୋଜନା କରୁଥିବା  ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀଜିତ ମୁଖାର୍ଜୀ । ତେବେ କେବେ ଏହି ଫିଲ୍ମ ସିନେମା ହଲକୁ ଆସିବା ନେଇ କୌଣସି ସ୍ପଷ୍ଟ ହୋଇ ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com