ଜାତୀୟ

ପୁଣି ଅଶାନ୍ତ ହେଲା ମଣିପୁର, ଲାଗୁ ହେଲା କର୍ଫ୍ୟୁ

ଆଜି ସକାଳେ ମଣିପୁରରେ ନୂଆ ହିଂସା ଦେଖା ଦେଇଛି । ଟେଙ୍ଗନୋପାଲ ଜିଲ୍ଲାର ସୀମାନ୍ତ ସହର ମୋରେହରେ କୁକି ଆତଙ୍କବାଦୀଙ୍କ ସହ ସୁରକ୍ଷା ବାହିନୀଙ୍କ ଗୁଳି ବିନିମୟ ହୋଇଛି ଏବଂ ଏଥିରେ ଜଣେ ପୋଲିସ କମାଣ୍ଡୋଙ୍କର ମୃତ୍ୟୁ ହୋଇଛି। ଜନସାଧାରଣଙ୍କ ସୁରକ୍ଷା ଏବଂ ଟେଙ୍ଗନୋପାଲ ରାଜସ୍ୱ ପ୍ରତି ଘୋର ବିପଦ ଭୟରେ ମଣିପୁର ସରକାର ଜିଲ୍ଲାରେ କର୍ଫ୍ୟୁ ଲାଗୁ କରାଇଛନ୍ତି ।ଖବର ଅନୁଯାୟୀ, କୁକି ଆତଙ୍କବାଦୀମାନେ ମୋରେହ ଅଞ୍ଚଳରେ ବୋମା ଫିଙ୍ଗିବା ସହିତ ସୁରକ୍ଷା ପୋଷ୍ଟରେ ଗୁଳି ଚଳାଇଥିଲେ। ପ୍ରତିଜବାବରେ ସୁରକ୍ଷା ବାହିନୀ ମଧ୍ୟ ଏହାର ଜବାବ ଦେଇଥିଲେ। ଗୁଳି ବିନିମୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା। ଏହି ଆକ୍ରମଣ ସକାଳ 3:30 ରେ ଆରମ୍ଭ ହୋଇଥିଲା ଯେଉଁ ସମୟରେ ସୁରକ୍ଷା କର୍ମୀମାନେ ଶୋଇଥିଲେ ଏଥିରେ ଜଣେ ପୋଲିସ କମାଣ୍ଡୋଙ୍କର ମୃତ୍ୟୁ ହୋଇଥିଲା ।

ମୃତ ଅଧିକାରୀ ଜଣକଙ୍କ ନାମ ସମରଜିତ୍ ବୋଲି ଜଣାପଡିଛି। ଗତ ବର୍ଷ ଅକ୍ଟୋବରରେ ଏସଡିପିଓ ଆନନ୍ଦଙ୍କୁ ହତ୍ୟା ଅଭିଯୋଗରେ ସ୍ଥାନୀୟ ପୋଲିସ ଦିଲ୍ଲୀପ ଖୋଙ୍ଗସାଇ ଏବଂ ହେମୋଖୋଲାଲ ମେଟଙ୍କୁ ସୋମବାର ଗିରଫ କରିଥିଲା। ଗିରଫ କରିବା ସମୟରେ ସୁରକ୍ଷା କର୍ମୀଙ୍କ ଗାଡିଉପରକୁ ଦୁହେଁ ଗୁଳି ଚଳାଇଥିଲେ ଯାହା ପରେ ପୋଲିସ ସେମାନଙ୍କୁ ବହୁ କଷ୍ଟରେ କାବୁକରିଥିଲା । ସେମାନଙ୍କ ନିକଟରୁ ଦୁଇଟି ରାଉଣ୍ଡ ଜୀବନ୍ତ ଗୁଳି ସହିତ ଗୋଟିଏ ପିସ୍ତଲ, ଗୋଟିଏ ଚାଇନା ହ୍ୟାଣ୍ଡ ଗ୍ରେନେଡ, ଦଶ ରାଉଣ୍ଡ ଜୀବନ୍ତ AK ଗୁଳି ଏବଂ ଦଶଟି ଡେଟୋନେଟର ଜବତ କରାଯାଇଛି ବୋଲି ପୋଲିସ କହିଛି। ଗିରଫ କରିବାର ଦୁଇ ଦିନ ପରେ ଏହି ହିଂସା ଘଟିଛି।

Related Articles

Back to top button
WP Twitter Auto Publish Powered By : XYZScripts.com