ଓଡ଼ିଶା

ମାଓ ହିଂସା, ଦୁଇ ଜଣଙ୍କୁ ଅତି ନିର୍ମମ ଭାବେ କଲେ ହତ୍ୟା

କନ୍ଧମାଳ() କନ୍ଧମାଳରେ ପୁଣି ମାଓ ହିଂସା । ଦୁଇ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଥିବା ସୂଚନା ମିଳିଛି ।କନ୍ଧମାଳ ଜିଲ୍ଲା ଡୁମୁଡିବନ୍ଧ ବ୍ଲକ ଭଣ୍ଡାରଙ୍ଗୀ ପଞ୍ଚାୟତ ଅଞ୍ଚଳରେ ହିଂସାକାଣ୍ଡ ଭିଆଇଥିବା ସୂଚନା ।

ଖବର ଅନୁଯାୟୀ, ଗତ କିଛି ଦିନ ହେଲା ଭୋଟ ବର୍ଜନ ପାଇଁ ପୋଷ୍ଟର ଓ ବ୍ୟାନର ମାରିଥିଲେ ମାଓବାଦୀ । ଏପିରିକି କିଛି ମାସ ତଳେ ସରପଞ୍ଚ ପୁଅକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ମାଓବାଦୀ । ପୁଣି ମାତିଛନ୍ତି ମାଓବାଦୀ । କନ୍ଧମାଳ ଜିଲ୍ଲା ଡୁମୁଡିବନ୍ଧ ବ୍ଲକ ଭଣ୍ଡାରଙ୍ଗୀ ପଞ୍ଚାୟତରେ ମାଓ ହିଂସା ଦେଖାଦେଇଛି । ଗାଁର ୨ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ । ବାରମ୍ବାର ଏଭଳି ଘଟଣାରେ ଭୟଭୀତ ଅବସ୍ଥାରେ ପୁରା ଅଞ୍ଚଳବାସୀ ।

Related Articles

Back to top button
WP Twitter Auto Publish Powered By : XYZScripts.com