ଅନ୍ୟାନ୍ୟ

୧୨୦ ବର୍ଷ ପରେ କୋଣାର୍କ ମନ୍ଦିର ଗର୍ଭଗୃହରୁ କଢ଼ାଯିବ ବାଲି

ପୁରୀ, ୦୮/୦୯/୨୦୨୨-  ଦୀର୍ଘ ୧୨୦ ବର୍ଷ ପରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ କଢ଼ାଯିବ ବାଲି । ଉନ୍ନତ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି ୩ ବର୍ଷ ମଧ୍ୟରେ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଗୁରୁବାର ଏଏସଆଇ ପକ୍ଷରୁ  ଭୂମିପୂଜନ କରାଯାଇଛି । ବୈଷୟିକ ଜ୍ଞାନ କୌଶଳ ଯୋଗାଇବାକୁ ବିଡିଆର ନିର୍ମାଣ ପ୍ରାଇଭେଟ ଲିମିଟେଡ କମ୍ପାନୀକୁ ଏହି ଟେଣ୍ଡର ଦିଆଯାଇଛି । ଘରୋଇ କମ୍ପାନୀ କେବଳ ବୈଷୟିକ ଜ୍ଞାନକୌଶଳ ଯୋଗାଇବାକୁ ଥିବାବେଳେ ବାଲି କାଢ଼ିବା କାର୍ଯ୍ୟରେ ଏଏସଆଇର କର୍ମଚାରୀମାନେ ନିୟୋଜିତ ରହିବେ ।

ବୈଷୟିକ ଜ୍ଞାନ କୌଶଳ ଲାଗି ଘରୋଇ କମ୍ପାନୀର କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ମୋକନିକାଲ ୱାର୍କିଂ ପ୍ଲାଟଫର୍ମ ନିର୍ମାଣ ଆରମ୍ଭ ହୋଇଛି । ଗର୍ଭଗୃହ ସଂଲଗ୍ନ ପଶ୍ଚିମ ଦ୍ୱାର ପଟୁ ୫ରୁ ୭ ଫୁଟ ଗାତ କରି ବାଲି କଢ଼ାଯିବ । ବାଲି କଢ଼ାଯିବା ନେଇ ଏଏସଆଇ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ସୂଚନା ଦେଇଛନ୍ତି । ଜଗମୋହନ ସୁରକ୍ଷା ପାଇଁ ୧୯୦୩ରେ ଇଂରେଜମାନେ ମନ୍ଦିରର ସୁରକ୍ଷା ପାଇଁ ଗର୍ଭଗୃହରେ ବାଲିଭର୍ତ୍ତି କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com