Breaking Newsଅନ୍ୟାନ୍ୟ

ସୁଡ଼ଙ୍ଗରେ ୪୦ ଶ୍ରମିକ

ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧୀନ ସୁଡ଼ଙ୍ଗ ଭୁଶୁଡ଼ି ପଡ଼ିବା ପରେ ଏହା ତଳେ ଫସିରହିଥିବା ୪୦ ଶ୍ରମିକଙ୍କୁ ଉଦ୍ଧାର ଲାଗି ୬ ଦିନ ହେଲା ଉଦ୍ୟମ ଜାରି ରହିଛି।

ସୁଡ଼ଙ୍ଗ ଭିତରୁ ଉଦ୍ଧାର ପାଇଁ ଶ୍ରମିକମାନେ ନିବେଦନ କରୁଛନ୍ତି। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରାଇବା ପାଇଁ ଆମେରିକାର ସ୍ବତନ୍ତ୍ର ମେଶିନ୍‌ ପହଞ୍ଚିଛି। ଏହା ୭୦ ମିଟର ଗଭୀର ପର୍ଯ୍ୟନ୍ତ ପଥରକୁ କାଟିପାରିବ ବୋଲି ଆଶା କରାଯାଉଛି।

ଏହା ଘଣ୍ଟାକୁ ୫ ମିଟର ଗଭୀର ପର୍ଯ୍ୟନ୍ତ ଖୋଳିବାକୁ ଥିବାରୁ ପ୍ରାୟ ୧୨ରୁ ୧୫ ଘଣ୍ଟା ମଧ୍ୟରେ ଶ୍ରମିକମାନଙ୍କ ପାଖରେ ପହଞ୍ଚିହେବ ବୋଲି ଉଦ୍ଧାରକାରୀ ଟିମ୍‌ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com