Breaking NewsFeaturedଜୀବନଶୈଳୀସ୍ୱାସ୍ଥ୍ୟ

ଆଲବୋପିକ୍ଟସ ପାଇଁ ବଢୁଛି ଡେଙ୍ଗୁ

ଦିନକୁ ଦିନ ରାଜ୍ୟରେ ବଢିଚାଲିଛି ଡେଙ୍ଗୁ ସଂକ୍ରମିତଙ୍କ ସଂଖ୍ୟା । ଯେତେ ସତର୍କତା ଅବଲମ୍ବନ କରାଯାଉଥିଲେ ବି ଏହା ବଢିବାରେ ଲାଗିଛି । ତେବେ ଏହାର କାରଣ ଦର୍ଶାଇଛି RMRC ବା Regional Medical Research Centre । RMRC ର ସୂଚନା ମୁତାବକ ଓଡ଼ିଶାରେ ଏଡିସ୍ ମଶାର ୩ଟି ପ୍ରଜାତି ଏଜିପ୍ଟାଆଇ, ଆଲବୋପିକ୍ଟସ ଓ ଭିଟାଟସ୍ ଦେଖିବାକୁ ମିଳିଥାଏ । ସେଥିମଧ୍ୟରୁ ପୂର୍ବରୁ ସହରାଞ୍ଚଳରେ ଏଜିପ୍ଟାଆଇ ପ୍ରଜାତି ଅଧିକ ଦେଖିବାକୁ ମିଳୁଥିଲା । କିନ୍ତୁ ଏବେ ଆଲବୋପିକ୍ଟସ ପ୍ରାଧାନ୍ୟ ବିସ୍ତାର କରୁଛି ।

ଏହି ୨ ପ୍ରଜାତି ଅଧିକ ସକ୍ରିୟ ହୋଇଥିବାରୁ ବେଶୀ ଲୋକ ଡେଙ୍ଗୁରେ ସଂକ୍ରମିତ ହେଉଛନ୍ତି । ଏହାଛଡା କେବଳ ଦିନ ନୁହେଁ ରାତିରେ ମଧ୍ୟ ଏଡିଶର ବିଭିନ୍ନ ପ୍ରଜାତି କାମୁଡିଲେ ବି ଡେଙ୍ଗ ଜ୍ୱର ହେଉଛି । ଯାହା ରାଜଧାନୀ ସମେତ ରାଜ୍ୟ ବିଭିନ୍ନ ସ୍ଥାନରେ ଡେଙ୍ଗୁ ବ୍ୟାପିବାର କାରଣ ବୋଲି କୁହାଯାଉଛି । ସେପେଟ ଏଜିପ୍ଟାଆଇ ମଶା ସ୍ଥିର ପାଣିରେ ବଂଶବିସ୍ତାର କରୁଥିବାବେଳେ ଆଲବୋପିକ୍ଟସ ପ୍ଲାଂଟ ଏବଂ ଗଛଲତାରେ ବଂଶ ବିସ୍ତାର କରୁଛି । ଏମିତିକି ଏବେ ୧୦ଟି ଏଡିସ୍ ମଶାରୁ ୮ରୁ ୯ ଟି ଆଲବୋପିକ୍ଟସ ପ୍ରଜାତି ଚିହ୍ନଟ ହେଉଛନ୍ତି ବୋଲି RMRC ର ସୂଚନାରୁ ଜଣାପଡିଛି । ତେଣୁ ଘର ଭିତରେ ରହୁଥିବାରୁ ସହଜରେ ଏହା ଲୋକଙ୍କୁ ଡେଙ୍ଗୁରେ ଆକ୍ରାନ୍ତ କରୁଛି । ତେବେ ଆଗରୁ ଆଲବୋପିକ୍ଟସ ପ୍ରଜାତି ଏତେ ସକ୍ରିୟ ନଥିଲାବେଳେ ଏବେ କେଉଁ ପରିବର୍ତ୍ତନ ପାଇଁ ଏତେ ମାରାତ୍ମକ ହୋଇଛି ତାହା ଉପରେ ଅନସନ୍ଧାନ ଜାରି ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com