Breaking NewsFeaturedଅନ୍ତର୍ଜାତୀୟଜୀବନଶୈଳୀସ୍ୱାସ୍ଥ୍ୟ

ଓଜନ କମାଇବାକୁ ଡାଏଟ୍ କରୁଥିଲେ ସାବଧାନ, ଜୀବନ୍ତ କଙ୍କାଳ ହୋଇଯିବା ରହିଛି ଆଶଙ୍କା

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: କଣ ଆପଣ ବି ନିଜ ଶରୀରର ଓଜନ କମାଇବାକୁ ଚାହୁଁଛନ୍ତି କି ? ଏଥିପାଇଁ ଡ଼ାଏଟ୍‌ରେ ଅଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ । ନଚେତ୍ ଭୋଗି ପାରନ୍ତି ବହୁ ବଡ଼ ସମସ୍ୟା । ଆଜିର ଯୁବପିଢିଙ୍କୁ ଘାରିଛି ଜିରୋ ଫିଗର ନିଶା । ସେଥିପାଇଁ କେତେବେଳେ ସେମାନେ ବିଭିନ୍ନ ପ୍ରକାରର ମେଡ଼ିସିନ ବ୍ୟବହାର କରୁଛନ୍ତି ତ ଆଉ କେତେବେଳେ ଜିମ୍ ଯିବା ସହ ଡ଼ାଏଟିଂ ମଧ୍ୟ କରୁଛନ୍ତି । କିନ୍ତୁ ଏହାର ପରିମାଣ ବେଳେ ବେଳେ ଏତେ ଭୟଙ୍କର ହୋଇଥାଏ ଯାହାକୁ ବିଶ୍ୱାସ କରିବା କଷ୍ଟକର ହୋଇଥାଏ । ବର୍ତ୍ତମାନ ଏହି ଭଳି ଭାବେ ଜଣେ ମହିଳା ନିଜର ସୁନ୍ଦରତା ହରାଇ ଜିଅନ୍ତା କଙ୍କାଳ ପାଲଟି ଯାଇଚନ୍ତି । ବୋଧ ହୁଏ ଆପଣ ଏହି କଥାକୁ ବିଶ୍ୱାସ କରି ପାରୁନଥିବେ । ତେଣୁ ଥରୁଟେ ନଜର ପକାନ୍ତୁ ଏହି ମହିଳାଙ୍କ ଉପରେ । ଯାହାଙ୍କୁ ଦେଖିଲେ ଆପଣ କଙ୍କାଳ ବୋଲି କହିବେ ।

କିନ୍ତୁ ଦିନ ଥିଲା ସେ ବି ଖୁବ୍ ସୁନ୍ଦର ଥିଲେ । କିନ୍ତୁ ସ୍ୱାମୀଙ୍କ ଇଚ୍ଛାକୁ ପୂରଣ କରିବାକୁ ଯାଇ ତାଙ୍କର ଅବସ୍ଥା ଆଜି ଏହିପରି ହୋଇଛି । ବର୍ତ୍ତମାନ ସେ ସମ୍ପୂର୍ଣ୍ର ଏକୁଟିଆ ହୋଇଯିବା ସହ ନିଜର ଚାକିରି , ଶୋସିଆଲ ସର୍କଲ ସବୁ ହରାଇଛନ୍ତି । ସୂଚନା ଅନୁଯାୟୀ ଦକ୍ଷିର-ପଶ୍ଚିମ ଋଷିଆରେ ରହୁଥିବା ଏହି ମହିଳା ହେଉଛନ୍ତି ୟାନା ବବ୍ରୋଭା । ୟାନା ପ୍ରଥମରୁ ଖୁବ୍ ସୁନ୍ଦର ଦେଖାଯାଉଥିଲେ । କିନ୍ତୁ ତାଙ୍କର ଗାଲ ସ୍ୱାମୀଙ୍କୁ ପସନ୍ଦ ନଥିଲା । ଏହାକୁ ନେଇ ସ୍ୱାମୀଙ୍କ କମେଣ୍ଟ ମଧ୍ୟ ତାଙ୍କୁ କଷ୍ଟ ଦେଇଥିଲା । କଲେଜ ଟାଇମ୍‌ରୁ ସେ ଓଜନ ହ୍ରାସ କରିବାକୁ ଚାହୁଁଥିଲେ । ଆଉ ଯେତେବେଳେ ସ୍ୱାମୀ ବି ଚାହିଁଲେ କି ୟାନା ନିଜର ଓଜନ ହ୍ରାସ କରନ୍ତୁ , ସେତେବେଳେ ସେ ସ୍ୱାମୀଙ୍କ ଖୁସି ପାଇଁ ଡ଼ାଏଟିଂ କରିବା ସହ ଏକ୍ସରସାଇଜ୍ ଆରମ୍ଭ କରିଲେ । ଯାହା ପରେ ସେ ଅନାହାରର ଶିକାର ହେଲେ । ଏବେ ତାଙ୍କର ଉଚ୍ଚତା ୫.୨ ଥିବାବେଳେ ଓଜନ ମାତ୍ର ୨୨ କେଜି । ଯାହା ମାତ୍ର ୪-୫ ବର୍ଷର ଛୁଆର ଓଜନ । ଏବେ ସେ ,କ ଜୀବନ୍ତ କଙ୍କାଳ ଭଳି ଦେଖାଯାଉଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com