Breaking NewsFeaturedମନୋରଞ୍ଜନରାଜନୀତି

ଅଭିନେତ୍ରୀ ନୁସରତ୍ ଜହାଁ ଇଡିରେ

‘ତୃଣମୂଳ କଂଗ୍ରେସ’ ବା ଟିଏମ୍‌ସି ସାଂସଦ ତଥା ବଙ୍ଗୀୟ ଅଭିନେତ୍ରୀ ନୁସ୍‌ରତ୍ ଜହାଁଙ୍କ ନାମରେ ଆସିଛି ଠକେଇ ଅଭିଯୋଗ । ଯେଉଁଥିପାଇଁ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡିରେ ହାଜର ହେବାକୁ ପଡିଛି । ‘ନିୟୁ ଟାଉନ୍ ଅଫ୍ କୋଲ୍‌କାତା’ରେ ଫ୍ଲାଟ୍ ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇ ‘ସେଭେନ୍ ସେନ୍‌ସ୍ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍ ପ୍ରାଇଭେଟ୍ ଲିମିଟେଡ୍‌’ ନାମକ ଏକ ରିୟଲ ଇଷ୍ଟେଟ୍ କମ୍ପାନି ଠକିଛି ବୋଲି କିଛି ବରିଷ୍ଠ ନାଗରିକ ଅଭିଯୋଗ ଫାଇଲ କରିଥିଲେ । ଅଭିଯୋଗ ଅନୁସାରେ ନୁସରତ୍ ଜହାଁ ସମ୍ପୃକ୍ତ କମ୍ପାନିର ପୂର୍ବତନ ନିର୍ଦେଶିକା ବୋଲି ଅଭିଯୋଗକାରୀମାନେ ଉଲ୍ଲେଖ କରିଥିଲେ। ଯାହାକୁ ନେଇ ନୁସରତ୍‌ଙ୍କ ନାଁରେ ମାମଲା ରୁଜୁ କରିଥିଲା ଇଡି ।

ତେଣୁ ଉକ୍ତ କମ୍ପାନିରେ ସମ୍ପୃକ୍ତି ଥିବାରୁ ଜେରା ପାଇଁ ମଙ୍ଗଳବାର ସଲ୍‌ଟ୍ ଲେକ୍ ଅନ୍ତର୍ଗତ ‘ସିଜିଓ କମ୍ପ୍ଲେକ୍ସ୍‌’ରେ ଥିବା ଅଫିସକୁ ନୁସ୍‌ରତ୍‌ଙ୍କୁ ଡକାଯାଇଥିଲା । ସେପଟେ ପଶ୍ଚିମବଙ୍ଗ ‘ବିଜେପି’ ରାଜ୍ୟ ସମ୍ପାଦକ ଅଗ୍ନିମିତ୍ର ପାଲ୍ ନୁସ୍‌ରତ୍‌ଙ୍କୁ ବିଦ୍ରୂପ କରି କହିଛନ୍ତି ଯେ, ଏ ମୋଦୀ ସରକାର- ଆପଣ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବା ରାଜନେତା ବା ଚଳଚ୍ଚିତ୍ର ତାରକା, ଜନତାଙ୍କୁ ଠକିଥିଲେ ନିସ୍ତାର ପାଇବେ ନାହିଁ । ଫ୍ଲାଟ୍ ଖଣ୍ଡିଏ ପାଇବା ପାଇଁ ଲୋକେ ତାଙ୍କ ଜୀବନବ୍ୟାପୀ ସଞ୍ଚିଥିବା କୋଟି କୋଟି ଟଙ୍କା ନୁସ୍‌ରତ୍‌ଙ୍କୁ ଦେଇଥିଲେ । କିନ୍ତୁ ସେମାନେ ଫ୍ଲାଟ୍ କି ଟଙ୍କା କିଛି ପାଇଲେ ନାହିଁ । ତେଣୁ ପ୍ରମାଣ ମିଳିଲେ ନୁସ୍‌ରତ୍ ଦଣ୍ଡିତ ହେବେ ବୋଲି ଅଗ୍ନିମିତ୍ର ପାଲ୍ କହିଛନ୍ତି । ସେହିପରି ୫.୫ ଲକ୍ଷ ଟଙ୍କାରେ ଆପାର୍ଟମେଣ୍ଟ୍ ବିକ୍ରୟ କରିବେ ବୋଲି ପ୍ରତିଶ୍ରୁତି ଦେଇ ନୁସରତ୍ ଜହାଁ ଲୋକମାନଙ୍କୁ ଠକିଥିବା କଥା ମଧ୍ୟ ‘ବିଜେପି’ ନେତା ଶଙ୍କୁଦେବ ପଣ୍ଡା ଅଭିଯୋଗ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com