Featuredଜୀବନଶୈଳୀସ୍ୱାସ୍ଥ୍ୟ

କେବଳ ପୁରୁଷମାନେ ହିଁ କାହିଁକି ଚନ୍ଦା ହୁଅନ୍ତି ? ଜାଣନ୍ତୁ କାରଣ . . .

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ବିଭିନ୍ନ ସମୟରେ ଆପଣମାନେ ଚନ୍ଦା ବ୍ୟକ୍ତିଙ୍କୁ ଦେଖି ଥିବେ । କିନ୍ତୁ କେବେ ଚନ୍ଦା ମହିଳାଙ୍କୁ ଦେଖିଛନ୍ତି କି ? ମହିଳା ହୁଅନ୍ତୁ ବା ପୁରୁଷ ଉଭୟଙ୍କର କେଶ ଝଡ଼ିବା ସମସ୍ୟା ରହିଥାଏ, କିନ୍ତୁ କେବେ ଆପଣ ଗୋଟିଏ କଥାକୁ ଧ୍ୟାନ ଦେଇଛନ୍ତି କି ସବୁବେଳେ ପୁରୁଷମାନେ ହିଁ ଚନ୍ଦାପଣ ସମସ୍ୟାକୁ ସାମ୍ନା କରିଥାନ୍ତି କିନ୍ତୁ ଏହି ସମସ୍ୟା ମହିଳାଙ୍କର ନଥାଏ । ଏପରି କାହିଁକି ହୋଇଥାଏ କେବେ ଭାବିଛନ୍ତି କି ?

ତେବେ ଆସନ୍ତୁ ଜାଣିବା କଣ ସେହି କାରଣ କାହିଁକି ମହିଳାମାନଙ୍କର ହୋଇ ନଥାଏ ଚନ୍ଦାପଣ ।

ଏହି ସମସ୍ୟାକୁ ବିଶେଷତଃ ସାମଜିକ ବିଜ୍ଞାନ, ମନୋ ବିଜ୍ଞାନ ଦୃଷ୍ଟି କୋଣ ଅପେକ୍ଷା ଜୀବବିଜ୍ଞାନ ଦୃଷ୍ଟିରୁ ବିଚାର କରିବା ଆବଶ୍ୟକ । ପୋଷଣର ଅଭାବ ଓ ଚିନ୍ତା କାରଣରୁ ମହିଳାଙ୍କଠାରେ କେଶ ଝଡ଼ିବା ସମସ୍ୟା ଦେଖାଯାଏ । ଏହା ଝଡ଼ିବା ସହ ପତଳା ହୋଇଯାଏ କିନ୍ତୁ ସୋନଙ୍କ ମୁଣ୍ଡରୁ ସମ୍ପୂର୍ଣ୍ଣ କେଶ ଝଡ଼ି ନଥାଏ । କିନ୍ତୁ ପୁରୁଷମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକାଂଶ ଦେଖାଯାଏ । ବୟସ ବଢିବା ସହ ଏହି ସମସ୍ୟା ଅଧିକ ହୋଇଥାଏ । ଏପରିକି ବର୍ତ୍ତମାନ ସମୟରେ ୨୫-୩୦ ବର୍ଷର ଯୁବକଙ୍କ ଠାରେ ବି ଚନ୍ଦାପଣ ଦେଖାଯାଉଛି । ବାସ୍ତବରେ ପୁରୁଷମାନଙ୍କ କେଶ ବୃଦ୍ଧି ଏବଂ ପତନର କାରଣ ହେଉଛି ହର୍‌ମୋନ୍ ପରିବର୍ତ୍ତନ । ନରୱେର ବର୍ଗେନ୍ ୟୁନଭରସିଟିର ଜୀବବିଜ୍ଞାନୀ ପେ ଜ୍ୟାକବସନ୍‌ଙ୍କ ଅନୁଯାୟୀ , ଏଥିରେ ଟେଷ୍ଟୋଷ୍ଟେରାନ୍ ନାମକ ହରମୋନ୍ ଗୁରୁତ୍ୱପର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯାହା ପୁରୁଷମାନଙ୍କଠାରେ ମିଳୁଥିବା ଆଣ୍ଡ୍ରୋଜେନ୍ ସମୂହର ଏକ ଅଂଶ ଅଟେ ।

ସେପଟେ ମହିଳାମାନଙ୍କଠାରେ ଟେଷ୍ଟୋଷ୍ଟୋରେନ ପରିମାଣ କମ୍ ଥାଏ ଏବଂ ଏହା ସହିତ ଇଷ୍ଟ୍ରୋଜେନ୍ ନାମକ ଏକ ହର୍‌ମୋନ୍ ମଧ୍ୟ ରହିଥାଏ । ତେଣୁ ମହିଳାମାନଙ୍କଠାରେ ଟେଷ୍ଟୋଷ୍ଟୋରେନକୁ ଡ଼ିହାଇଡ଼୍ରୋ ଟେଷ୍ଟୋଷ୍ଟୋରେନରେ ରୂପାନ୍ତର କରିବା ପ୍ରକ୍ରିୟା ଖୁବ୍ କମ୍ ଅଟେ । ବେଳେ ବେଳେ ଗର୍ଭାବସ୍ଥାରେ କିମ୍ବା ମନୋପୋଜ ସମୟରେ ଏହି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରେ ଏବଂ ଯାହାଫଳରେ ଏହି ସମୟରେ ମହିଳାଙ୍କ କେଶ ଝଡ଼ିବା ଆରମ୍ଭ ହୋଇଥାଏ । ଆଉ ଦୁର୍ଭାଗ୍ୟବଶତଃ କିଛି ଲୋକ ବହୁତ୍ କମ ବୟସରେ ଚନ୍ଦା ହୋଇଯାଇଥାନ୍ତି । ଏହାର କାରଣ ବଂଶଗତ ଏନ୍‌ଜାଇମ୍ କିମ୍ବା ବିଭିନ୍ନ ପ୍ରକାରର ଚର୍ମ ହୋଇପାରେ ।

Related Articles

Back to top button
WP Twitter Auto Publish Powered By : XYZScripts.com