ଅନ୍ୟାନ୍ୟକ୍ରୀଡ଼ା

ବାଜିଲା ଶାହାନାଇ..ପଡିଲା ହାତଗଣ୍ଠି..ବିବାହ ବନ୍ଧନରେ ବାନ୍ଧିହେଲେ ନବଦୀପ

ଚର୍ଚ୍ଚାରେ ଟିମ ଇଣ୍ଡିଆର ଦ୍ରୁତତମ ବୋଲର ନବଦୀପ ସାଇନୀ । ତାଙ୍କ ବିବାହକୁୀ ନେଇ ଏବେ ସେ ଲାଇମଲାଇଟରେ ରହିଛନ୍ତି । ହାତକୁ ଦି ହାତ ହୋଇଛନ୍ତି ନବଦୀନ ।

ଟିମ ଇଣ୍ଡିଆର ଏହି ଦ୍ରୁତତମ ବୋଲି ନବଦୀପ ସାଇନୀ ଗୁରୁବାର ଦିନ ତାଙ୍କ ଗଲଁ ଫ୍ରେଣ୍ଡ ସ୍ୱାତୀ ଆସ୍ଥାନାଙ୍କ ସହ ସାତଫେରା ନେଇଛନ୍ତି । ବାଜିଛି ସାହାନାଇ, ପଡିଛି ହାତଗଣ୍ଠି ଆଉ ସାତ ଜନ୍ମକୁ ସାଥୀ ହୋଇଛନ୍ତି ନବଦୀପ ସାଇନି ।

ଯାହାର ଫଟୋ ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ବିବାହ ବେଳର ଫଟୋ ସେୟାର କରି ନବଦୀପ ଲେଖିଛନ୍ତି, ‘ଆପ୍କେ ସାଥ୍ ହର ଦିନ ପ୍ୟାର କା ଦିନ ହୈ’ । ଆଜି ଆମେ ସବୁ ଦିନ ପାଇଁ ଏକାଠି ରହିବାକୁ ନିଷ୍ପତି ନେଇଛୁ । ଏବଂ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛୁ । ଏଥିପାଇଁ ଆପଣଙ୍କ ଭଲପାଇବା ଆଉ ଆଶୀର୍ବାଦ ଲୋଡା ବୋଲି କ୍ୟାପସନରେ ଲେଖିଛନ୍ତି । ତେବେ ସ୍ୱାତି କିଏ ଆପଣ ଜାଣନ୍ତି କି? ସ୍ୱାତୀ ଆସ୍ଥାନା ହେଉଛନ୍ତି ଜଣେ ଫ୍ୟାସନର, ଟ୍ରାଭେଲର ଏବଂ ଲାଇଫଷ୍ଟାଇଲ ବ୍ଲଗର । ତାଙ୍କର ଏକ ୟୁଟୁ୍ୟବ ଚ୍ୟାନେଲ ଅଛି ।

ଏମିତିକି ସ୍ୱାତୀ ଇନଷ୍ଟାଗ୍ରାମ ସାଇଟରେ ମଧ୍ୟ ସବୁବେଳେ ଆକ୍ଟିଭ ରହିଥାନ୍ତି । ସେହିପରି ନବୀଦୀପ ସାଇନୀ ହେଉଛନ୍ତି ଭାରତର ଦ୍ରୁତ ବୋଲର । ସେ ୨୦୧୯ରେ ଭାରତ ପାଇଁ ପ୍ରଥମ ମ୍ୟାଚ ଖେଳିଥିଲେ । ସେ ୱେଷ୍ଟେଣ୍ଡିଜ୍ ବିପକ୍ଷରେ ଟି ୨୦ ମ୍ୟାଚ ଖେଳି ନିଜର ଇଣ୍ଟରନ୍ୟାସନାଲ କ୍ୟାରିଅର ଆରମ୍ଭ କରିଥିଲେ । ପ୍ରଥମ ମ୍ୟାଚରେ ନବଦୀପ ଏକ ରେକର୍ଡ ସୃଷ୍ଟି କରିଥିଲେ ।

୩ ୱିକେଟରେ ୧୭ ରନ ଦେଇ ମ୍ୟାଚ ଜିତାଇଥିଲେ । ଏହାପରେ ସେହି ବର୍ଷ ୱାନଡେ ରେ ଡେବୁ୍ୟ କରିଥିଲେ । ନବଦୀପ ତାଙ୍କର ଦ୍ରୁତ ବୋଲିଂ ପାଇଁ ବେଶ ଜଣାଶୁଣା । ଘଣ୍ଟା ପ୍ରତି ସେ ୧୫୦କିଲୋମିଟରରୁ ଅଧିକ ସ୍ପୀଡରେ ବୋଲିଂ କରିସାରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ମଧ୍ୟ ନବଦୀପଙ୍କ ନାଁରେ ୨୩ ୱିକେଟ ରହିଛି । ସେ ରୟାଲଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ, ଦିଲ୍ଲୀ କ୍ୟାପିଟାଲ୍ସ, ରାଜସ୍ଥାନ ରୟାଲ୍ସର ବି ଏକ ଅଂଶ ହୋଇସାରିଛନ୍ତି । ବର୍ତ୍ତମାନ ସୁଦ୍ଧା ନବଦୀପ ୩୨ଟି ଆଇପିଏଲ ମ୍ୟାଚ୍, ୨୩ ୱିକେଟ ହାସଲ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com