କ୍ରୀଡ଼ା

ଭାରତ-ବାଂଲାଦେଶ ମ୍ୟାଚ ବେଳେ ରୋହିତ ଶର୍ମା ଆହତ

ଭୁବନେଶ୍ୱର, ୦୭/୧୨/୨୦୨୨ –  ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର । ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା  ମିରପୁରରେ ବାଂଲାଦେଶ ବିପକ୍ଷରେ ଖେଳା ଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଛାଡି ଡାକ୍ତରଖାନାରେ ପହଞ୍ଚିଥିଲେ ।  ରୋହିତ  ସ୍ଲିପରେ କ୍ୟାଚ୍ ଧରିବାକୁ ଚେଷ୍ଟା କରୁ ଥିବାବେଳେ ତାଙ୍କ ବାମ ହାତର ଆଙ୍ଗୁଠିରେ ଆଘାତ ଲାଗିଛି । ଏନେଇ ବିସିସିଆଇ ଟ୍ୱିଟ କରିଛି ।

ଆଘାତ ପାଇବା ପରେ ରୋହିତ ଶର୍ମାଙ୍କ ହାତରୁ ରକ୍ତ ବାହାରି ଥିଲା । ରୋହିତଙ୍କୁ ଏକ୍ସ-ରେ ପାଇଁ ଡାକ୍ତରଖାନାକୁ ପଠାଯାଇଛି । ତେବେ ରୋହିତ ଆଗକୁ ଖେଳିବେ କି ନାହିଁ ସ୍ପଷ୍ଟ ହୋଇନାହିଁ । ପ୍ରଥମ ଦିନିକିଆକୁ ବାଂଲାଦେଶଠାରୁ ହାରି ସିରିଜରେ ଇଣ୍ଡିଆ ଏବେ ୧-୦ରେ ପଛୁଆ ଅଛି । ଏଭଳି ସ୍ଥିତିରେ ରୋହିତ ଆହତ ହେବା ଦଳକୁ ଏକ ବଡ ଝଟକା ବୋଲି କୁହାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com