କ୍ରୀଡ଼ା

ଦିନେଶ କାର୍ତ୍ତିକଙ୍କୁ ରିକି ପଣ୍ଟିଂଙ୍କ ପ୍ରଶଂସା; ଟି-୨୦ ବିଶ୍ୱକପ୍‌ରେ ଭାରତର ଜଣେ ଭଲ ମ୍ୟାଚ୍ ଫିନିଶର ହୋଇପାରିବେ ଡିକେ, ତାଙ୍କୁ ଖେଳା ନଗଲେ ଆଶ୍ଚର୍ଯ୍ୟ ଲାଗିବ

ନୂଆଦିଲ୍ଲୀ: ଯେଉଁ ସମୟରେ କ୍ରିକେଟର୍‌ମାନେ ଅବସର ଗ୍ରହଣ କରୁଛନ୍ତି ସେହି ବୟସରେ ପୁଣି ଦଳକୁ କମ୍‌ ବ୍ୟାକ କରିଛନ୍ତି ଭାରତର ବେଷ୍ଟ ଫିନିଶର କୁହାଯାଉଥିବା ଦିନେଶ କାର୍ତ୍ତିକ(ଡିକେ)।  IPLରେ ତାଙ୍କର ଉତ୍ତମ ପ୍ରଦର୍ଶନ ଚୟନ କର୍ତ୍ତାଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲା। ଏଥିପାଇଁ ତାଙ୍କୁ ଟି-୨୦ ଅନ୍ତର୍ଜାତୀୟ ଦଳରେ ସାମିଲ କରାଯାଇଛି।

ଡିକେଙ୍କ ପ୍ରଦର୍ଶନରେ ବିସିଆଇ ଚୟନ କର୍ତ୍ତା ପୂର୍ବରୁ ବିମୋହିତ ଥିବା ବେଳେ ଏବେ ଅଷ୍ଟ୍ରେଲିୟାର ଗ୍ରେଟ ବ୍ୟାଟର ରିକି ପଣ୍ଟିଂ ଡିକେଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ମ୍ୟାଚ୍ ଫିନିଶ କରିବାରେ ଡିକେଙ୍କ ଦକ୍ଷତା ରହିଛି ବୋଲି ପଣ୍ଟିଂ କହିଛନ୍ତି। ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଇସିସି ଟି-୨୦ ବିଶ୍ୱକପ୍‌ରେ ଡିକେ ଭାରତ ପକ୍ଷରୁ ଏକ ଭଲ ଫିନିସର ଭୂମିକା ନିର୍ବାହ କରିପାରିବେ ବୋଲି ପଣ୍ଟି କହିଛନ୍ତି।

ଚଳିତ ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ ଦିନେଶ କାର୍ତ୍ତିକ। ୧୮୩ରୁ ଅଧିକ ଷ୍ଟ୍ରାଇକ୍‌ ରେଟ୍‌ରେ କାର୍ତ୍ତିକ ଆଇପିଏଲ୍‌ରେ ୩୩୦ ରନ୍ କରିଥିଲେ। ତାଙ୍କର ଏଭଳି ଚମତ୍କାର ବ୍ୟାଟିଂ ଦେଖି ତାଙ୍କୁ ପୁଣି ଅନ୍ତର୍ଜାତୀୟ ଟି-୨୦ରେ ସ୍ଥାନ ମିଳିଥିଲା।

ଏବେ ପଣ୍ଟିଂ ଡିକେଙ୍କ ପ୍ରଶଂସା କରି କହିଛନ୍ତି ଯେ ଟି-୨୦ ବିଶ୍ୱକପ୍‌ରେ ସେ ଭାରତ ପକ୍ଷରୁ ଦିନେଶ କାର୍ତ୍ତିକଙ୍କୁ ୫ କିମ୍ବା  ୬ ନମ୍ବରରେ ବ୍ୟାଟିଂ କରୁଥିବା ଦେଖିବାକୁ ଚାହାନ୍ତି। ଯଦି ଏହି ଭେଟେରାନ କିପରଙ୍କୁ ବାଦି ଦିଆଯାଏ ତେବେ ଏହା ଆଶ୍ଚର୍ଯ୍ୟ କର ହେବ ବୋଲି ପଣ୍ଟି  କହିଛନ୍ତି।

ପଣ୍ଟି କହିଛନ୍ତି ଯେ ଯଦି ମୁଁ କ୍ୟାପ୍ଟେନ୍‌ସିପ କରୁ ଥାନ୍ତି ତେବେ ମୁଁ ତାଙ୍କୁ ୫ କିମ୍ବା ୬ ବ୍ୟଟିଂ ପାଇଁ ରଖନ୍ତି ବୋଲି ପଣ୍ଟି ICC ରିଭିୟରୁ ଇଶା ଗୁହାଙ୍କୁ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com