ଓଡ଼ିଶା

ସମ୍ପତ୍ତି ଲୋଭରେ ବୃଦ୍ଧା ମା’ଙ୍କୁ ଘରକୁ ନେବାକୁ ଆସିଥିଲେ, ଅରାଜି ହେବାରୁ ଭଉଣୀ ଘର ଲୋକଙ୍କୁ କଲେ ଆକ୍ରମଣ

ଜଳେଶ୍ବର: ଜମିବାଡ଼ି ଲୋଭରେ ବୃଦ୍ଧା ମା’ଙ୍କୁ ଘରକୁ ନେବାକୁ ଆସିଥିଲେ । ମା’ ଯିବାପାଇଁ ଅମଙ୍ଗ ହେବାରୁ ଭଉଣୀ ଘର ଲୋକଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ଭାଇ ଏବଂ ତାଙ୍କ ସହଯୋଗୀ । ଶେଷରେ ନ୍ୟାୟ ପାଇଁ ଥାନାରେ ଆଶ୍ରୟ ନେଇଛନ୍ତ ବୃଦ୍ଧା ମା’ ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଦକ୍ଷିଣ ପଡା ଗ୍ରାମର ୭୦ବର୍ଷ ବୟସ୍କା ବୃଦ୍ଧା ବାସନ୍ତୀ ପାତ୍ରଙ୍କ ପୁଅ ଏବଂ ବୋହୂ ସମ୍ପତ୍ତି ଲୋଭରେ ମାଡ଼ ମାରିବା ସହ ଘରୁ ବାହାର କରିଦେଇଥିଲେ । ନ୍ୟାୟ ପାଇଁ ବୃଦ୍ଧା ଜଣଙ୍କ ବାଲେଶ୍ଵର ଜିଲ୍ଲାପାଳଙ୍କୁ ଭେଟିବା ସହିତ ପୁଅ ଏବଂ ବୋହୂ ନାମରେ କୋର୍ଟରେ କେସ୍ କରିଥିଲେ । ବୃଦ୍ଧା ଜଣଙ୍କ ଏବେ ଜାମଳା ଗ୍ରାମରେ ଥିବା ନିଜ ଝିଅ ଘରେ ରହି ଆସୁଥିଲେ ।

ବୁଧବାର ପୁଅ-ବୋହୂ ଭଉଣୀ ଘର ଯାମଳାକୁ ଆସି ମା’ଙ୍କୁ ଘରକୁ ନେବାକୁ କହିଥିଲେ । ବୃଦ୍ଧା ଜଣଙ୍କ ଯିବାକୁ ଅରାଜି ହେବାରୁ ବୃଦ୍ଧାଙ୍କ ପୁଅ-ବୋହୂ ଏବଂ ତାଙ୍କର ସହଯୋଗୀ ଭଉଣୀ ଘରର ଫସଲ ସବୁ ନଷ୍ଟ କରିଦେଇଥିଲେ । ଭଉଣୀ ଘରଲୋକ ପ୍ରତିବାଦ କରିବାରୁ ପୁଅ-ବୋହୂ ଏବଂ ତାଙ୍କ ସହଯୋଗୀଙ୍କ ଆକ୍ରମଣର ଶିକାର ହୋଇଥିଲେ ଭଉଣୀ ପରିବାରର ସଦସ୍ୟ ଏବଂ ବୃଦ୍ଧା ବାସନ୍ତୀ ପାତ୍ର । ଏହି ଆକ୍ରମଣରେ ଭଉଣୀଙ୍କ ପୁଅ ଏବଂ ବୋହୂ ଦୁହେଁ ଗୁରୁତର ହୋଇ ବାଲିଆପାଳ ଡାକ୍ତରଖାନରେ ଚିକିତ୍ସିତ ହେଉଥିବା ବେଳେ ବୃଦ୍ଧା ଜଣଙ୍କ ନ୍ୟାୟ ପାଇଁ ବାଲିଆପାଳ ଥାନାରେ ଦ୍ଵାରସ୍ଥ ହୋଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com