କ୍ରୀଡ଼ା

କରୋନା କରିଦେଲା ବାପ ଛେଉଣ୍ଡ, ଏବେ ବାପାଙ୍କ ପ୍ରିୟ ଦଳ ଚେନ୍ନାଇ ସୁପର୍ କିଙ୍ଗସରେ ସାମିଲ ହେଲେ ପୁଅ: ହେବେ କୋଟିପତି

ନୂଆଦିଲ୍ଲୀ () ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍) ସିଜିନ୍‌ ୧୫ ପାଇଁ ଶେଷ ହୋଇଛି ମେଗା ନିଲାମୀ ପ୍ରକ୍ରିୟା । ଏଥିରେ ଅନେକ ଖେଳାଳିଙ୍କ ଭାଗ୍ୟ ଚମକିଛି । ଅନେକ ନାବଗତଙ୍କୁ ମଧ୍ୟ ସୁଯୋଗ ମିଳିଛି । ତେବେ ଚର୍ଚ୍ଚାରେ ରହିଥିବା କିଛି ନୂଆ ଖେଳାଳିଙ୍କ ମଧ୍ୟରେ ଅଛନ୍ତି ଅଣ୍ଡର-୧୯ ବିଶ୍ବକପ ବିଜେତା ଭାରତୀୟ ଦଳର ସଦସ୍ୟ ରାଜବର୍ଦ୍ଧନ ହଙ୍ଗରଗେକର୍‌ । ଏହି ଡାହାଣ ହାତୀ ଦ୍ରୁତ ବୋଲର ନିଜ ବିଚକ୍ଷଣ ବୋଲିଂ ବଳରେ ସମସ୍ତଙ୍କୁ ଆକର୍ଷିତ କରିଛନ୍ତି । ଏବେ ଆଇପିଏଲ୍‌ ସିଜିନ୍‌ ୨୦୨୨ ପାଇଁ ଚେନ୍ନାଇ ସୁପର କିଙ୍ଗସ୍‌ ଦଳରେ ସାମିଲ ହୋଇଛନ୍ତି ଏହି ଯୁବ ପ୍ରତିଭା । ରାଜବର୍ଦ୍ଧନଙ୍କୁ ୧.୫ କୋଟି ଟଙ୍କାରେ କିଣି ଚେନ୍ନାଇ ।
ଚେନ୍ନାଇ ଦଳରେ ସାମିଲ ହୋଇଥିବାରୁ ରାଜବର୍ଦ୍ଧନଙ୍କ ପାଇଁ ଏହା ବେଶ୍‌ ଭାବୁକ ମୂହୁର୍ତ୍ତ ଥିଲା । କାରଣ ରାଜବର୍ଦ୍ଧନଙ୍କ ପିତା ସିଏସକେ ଟିମକୁ ଖୁବ ପସନ୍ଦ କରୁଥିଲେ ଏବଂ ତାଙ୍କର ପ୍ରିୟ ଖେଳାଳି ଥିଲେ ମହେନ୍ଦ୍ର ସିଂହ ଧୋନୀ । ଆଜି ତାଙ୍କ ପୁଅ ଚେନ୍ନାଇ ପକ୍ଷରୁ ପ୍ରତିନିଧିତ୍ବ କରିକାବୁ ଯାଉଛନ୍ତି ସତ କିନ୍ତୁ ତାଙ୍କର ଏହି ସଫଳତା ଦେଖିବାକୁ ପିତା ନାହାନ୍ତି । ରାଜବର୍ଦ୍ଧନଙ୍କ ପିତା ୨୦୨୦ରେ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିଲେ ।
ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ରାଜବର୍ଦ୍ଧନ କହିଛନ୍ତି, ‘ଘରେ ବସି ନିଲାମୀ ଦେଖୁଥିଲି । ହଠାତ୍‌ ନାଁ ଡାକଗଲା ଏବଂ ମୋତେ ଚେନ୍ନାଇ ଦଳରେ ସାମିଲ ହେବାର ସୁଯୋଗ ମିଳିଲା । ଯାହାକି ମୋ ପାଇଁ ଅତ୍ୟନ୍ତ ଖୁସିର ମୁହୁର୍ତ୍ତ ଥିଲା । କିନ୍ତୁ ଏଭଳି ଦିନ ଦେଖିବା ପାଇଁ ମୋ ପିତା ଥନ୍ତେ କି । ସେ ଯେଉଁଠାରେ ବି ଥିବେ ନିଶ୍ଚୟ ଖୁସି ହେଉଥିବେ ।’
ସେ କହିଛନ୍ତି, ‘ମୋ ପାଇଁ ପଇସା ଜରୁରୀ ନୁହେଁ ବରଂ ଖେଳିବା ଜରୁରୀ । ଏବେ ସମ୍ପୂର୍ଣ୍ଣ ଧ୍ୟାନ ଖେଳ ଉପରେ ରହିଛି । କ୍ରିକେଟ୍‌ ହିଁ ମୋ ପାଇଁ ସବୁକିଛି ।’ ଧୋନୀଙ୍କ ଅଧିନରେ ଖେଳିବାକୁ ନେଇ ଅଙ୍ଗରଗେକର୍‌ କହିଛନ୍ତି, ଧୋନୀଙ୍କ ମାର୍ଗଦର୍ଶନରେ ଖେଳିବା ବେଶ ଶିକ୍ଷଣୀୟ । ଅନେକ କିଛି ତାଙ୍କ ଠାରୁ ଶିଖିବାକୁ ମିଳିବ।’

Related Articles

Back to top button
WP Twitter Auto Publish Powered By : XYZScripts.com