କ୍ରୀଡ଼ା

ପୁରୁଷ ହକି ବିଶ୍ୱକପ-୨୦୨୩ ପାଇଁ ଭାରତୀୟ ଦଳ ଘୋଷିତ

ଭୁବନେଶ୍ୱର, ୨୩/୧୨/୨୦୨୨-   FIH ଓଡିଶା ହକି ପୁରୁଷ ବିଶ୍ୱକପ-୨୦୨୩ ପାଇଁ ଶୁକ୍ରବାର ୧୮  ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଘୋଷିତ ହୋଇଥିବା ହକି ଦଳରେ ୨ ଜଣ ଓଡ଼ିଆଙ୍କ ନାମ ରହିଛି । ଏହି ୨ ଜଣ ହେଉଛନ୍ତି ଅମିତ୍ ରୋହିଦାସ ଏବଂ ସଂଜୀବ ନିଲମ ଖେସ୍ । ଏହି ବିଶ୍ୱକପରେ ଗୋଲକିପରର ଦାୟିତ୍ବ ତୂଲାଇବେ  କ୍ରିଷ୍ଣା ବାହାଦୂର ପାଠକ ଓ  ପିଆର ଶ୍ରୀଜେସ । ଏଥିସହ ଉଭୟ ତାଙ୍କର ଚତୁର୍ଥ ବିଶ୍ୱକପ ଖେଳିବାକୁ ଯାଉଛନ୍ତି ।

୧୩ ଜାନୁଆରୀ ରାଉରକେଲାର ନବ ନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରୁ ଏହି ବିଶ୍ବକପ ଆରମ୍ଭ ହେବ। ୧୩ ଜାନୁଆରୀ ରାଉରକେଲାରେ ଭାରତ ସ୍ପେନ ବିପକ୍ଷରେ ପ୍ରଥମ ମ୍ୟଚ ଖେଳି ବିଶ୍ୱକପ ଅଭିଯାନ ଆରମ୍ଭ କରିବ ।  ତା’ପରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ପୁଲ ଡି ମ୍ୟାଚ ଆରମ୍ଭ ହେବ। ୱେଲ୍ସ ବିପକ୍ଷ ତୃତୀୟ ପୁଲ୍ ମ୍ୟାଚ୍ ଖେଳିବା ପାଇଁ ସେମାନେ ଭୁବନେଶ୍ୱରରୁ କଳିଙ୍ଗ ଷ୍ଟାଡିୟକୁ ଯିବେ । ନକଆଉଟ୍ ପର୍ଯ୍ୟାୟ ୨୨ ଓ ୨୩ ଜାନୁଆରୀରେ କ୍ରସ ଓଭର ମ୍ୟାଚ୍ ଏବଂ ୨୫ରେ କ୍ୱାର୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ୨୭ ଜାନୁଆରୀରେ ସେମିଫାଇନାଲ ମ୍ୟାଚ ଖେଳାଯିବ। ବ୍ରୋଞ୍ଜ ପଦକ ମ୍ୟାଚ୍ ଓ ଫାଇନାଲ୍ ୨୯ ଜାନୁଆରୀରେ ଅନୁଷ୍ଠିତ ହେବ।

ଭାରତୀୟ ଦଳ –  ହରମନପ୍ରୀତ ସିଂ (ଅଧିନାୟକ) , ଅମିତ ରୋହିଦାସ (ଉପ- ଅଧିନାୟକ)  କ୍ରିଷ୍ଣ ବାହାଦୂର ପାଠକ, ଶ୍ରୀଜେଶ ରବୀନ୍ଦ୍ରନ, ଜରମନପ୍ରୀତ ସିଂ, ନୀଲମ ସଂଜୀବ ଖେସ୍, ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ବରୁଣ କୁମାର,  ସୁରେନ୍ଦ୍ର କୁମାର, ଲଳିତ ଉପାଧ୍ୟାୟ, ଅଭିଷେକ, ବିବେକ ସାଗର ପ୍ରସଦା, ନୀଳକଣ୍ଠ ଶର୍ମା, ଅକ୍ଷଦୀପ ସିଂ, ମନଦୀପ ସିଂ, ସୁଖଜିତ ସିଂ ସାମସେର ସିଂ । ବିକଳ୍ପ ଖେଳାଳି ଭାବେ ଯୁଗରାଜ ସିଂ ଓ ରାଜକୁମାର ପାଲ ରହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com