କ୍ରୀଡ଼ା

ପ୍ରଥମ ଦିନିକିଆ: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ଚୂଡାନ୍ତ ଏକାଦଶରୁ କୋହଲି ବାଦ୍, ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

ଲଣ୍ଡନ: ମଙ୍ଗଳବାର ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ପ୍ରଥମ ଦିନିକିଆ ଖେଳାଯିବ । ଟି-୨୦ ସିରିଜକୁ ୨-୧ରେ ଜିତିବା ପରେ ଭାରତର ନଜର ଏବେ ଦିନିକିଆ ସିରିଜ ଉପରେ । ଓଭାଲ ଗ୍ରାଉଣ୍ଡରୁ ବିଜୟ ସହ ଅଭିଯାନ ଆରମ୍ଭ କରିବା ପାଇଁ ରୋହିତ ଶର୍ମାଙ୍କ ଭାରତୀୟ ଦଳ ପ୍ରସ୍ତୁତ ରହିଛି । ଟସ୍ ଜିତି ପ୍ରଥମ ମୁକାବିଲାରେ ଭାରତ ବୋଲିଂ ନିଷ୍ପତ୍ତି ନେଇଛି। ଆହତଜନିତ ସମସ୍ୟା କାରଣରୁ ପୂର୍ବତନ ଅଧିନାୟକ ବିରାଟ କୋହଲି ଖେଳୁ ନାହାନ୍ତି। ଫଳରେ ଶ୍ରେୟସ ଆୟରଙ୍କୁ ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିଛି।

ଆସନ୍ତା ବର୍ଷ ରହିଛି ଦିନିକିଆ ବିଶ୍ଵ କପ୍‌ । ଏବେଠୁ ଉପଯୁକ୍ତ ଦଳ ପ୍ରସ୍ତୁତ କରିବାର ସମୟ । ତେଣୁ ଭାରତ ଏକାଦଶ ଚୟନକୁ ନେଇ ପରୀକ୍ଷା ନୀରିକ୍ଷା କରିବା ନିଶ୍ଚିତ । ଘରୋଇ ଇଂଲଣ୍ଡ ବେଶ୍‌ ଶକ୍ତିଶାଳୀ । ସେମାନେ ବିଶ୍ଵ ଚାମ୍ପିଅନ । ଏହି ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ ପୂର୍ବରୁ କିଛି ଦିଗରେ ଭାରତ ନଜର ଦେବା ସ୍ଵାଭାବିକ । ବିଶେଷ କରି ବ୍ୟାଟିଂ ବିଭାଗକୁ ନେଇ ଅନେକ ତର୍ଜମା ହେବ ।

ଆଜିର ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ନଜର ରହିବା ନିଶ୍ଚିତ। ଫିଟ୍‌ ହୋଇ ଫେରିବା ଦିନଠୁ ପାଣ୍ଡ୍ୟା ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ବର୍ତ୍ତମାନ ଟି-୨୦ର ପ୍ରଦର୍ଶନକୁ ଦିନିକିଆରେ ଦୋହରାଇବାର ସମୟ। ଟିମ ମ୍ୟାନେଜମେଣ୍ଟ ମଧ୍ୟ ଭାବି ଚିନ୍ତି ତାଙ୍କୁ କାର୍ଯ୍ୟ ଭାର ପ୍ରଦାନ କରିବ । ଆବଶ୍ୟକ ପଡ଼ିଲେ ୧୦ ଓଭର ବୋଲିଂ କରିବା ଭଳି ଫିଟ୍‌ନେସ୍‌ ଅଛି କି ନାହିଁ, ତାହା ଏହି ସିରିଜରେ ସ୍ପଷ୍ଟ ହୋଇଯିବ। ଯୁବ ପେସ୍‌ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଦଳରେ ସ୍ଥାନ ମିଳିଛି । ମ୍ୟାଚ୍‌ରେ ବୁମରା ଓ ମହମ୍ମଦ ସାମି ପେସ୍‌ ବିଭାଗ ସମ୍ଭାଳିବେ ।

ଭାରତ

ରୋହିତ ଶର୍ମା(ଅଧିନାୟକ), ଶିଖର ଧାଓ୍ଵନ,  ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ମହମ୍ମଦ ଶାମି, ଯଶପ୍ରୀତ ବୁମରା, ୟୁଜବେନ୍ଦ୍ର ଚହଲ, ପ୍ରସିଦ୍ଧ କୃଷ୍ଣା।

ଇଂଲଣ୍ଡ

ଜାସନ ରୟ, ଜୋନି ବେୟାରଷ୍ଟୋ, ଜୋ ରୁଟ୍, ବେନ ଷ୍ଟୋକ୍ସ, ଜୋସ୍ ବଟଲର(ଓ୍ଵିକେଟ୍ କିପର/ଅଧିନାୟକ), ଲିୟାମ ଲିଭିଙ୍ଗଷ୍ଟୋନ, ମୋଇନ ଅଲ୍ଲୀ, କ୍ରେଗ ଓଭରଟନ, ଡେଭିଡ୍ ଓ୍ଵିଲି, ବ୍ରିଡନ କାରସେ, ରିସେ ଟୋପଲେ।

Related Articles

Back to top button
WP Twitter Auto Publish Powered By : XYZScripts.com