କ୍ରୀଡ଼ା

ବିରାଟଙ୍କୁ ଆତ୍ମବିଶ୍ୱାସ ଦରକାର ? ସାମ୍ବାଦିକଙ୍କ ପ୍ରଶ୍ନରେ ମଜାଳିଆ ଉତ୍ତର ଦେଲେ ହିଟମ୍ୟାନ୍

ଅହମ୍ମଦାବାଦ () ଲଗାତର ଭାବେ ବିଫଳ ହେଉଛନ୍ତି ବିରାଟ କୋହଲି । ବ୍ୟାଟରୁ ବାହାରୁନି ରନ୍ । କମ୍ ରନ କରି ଆଉଟ୍ ହେଉଛନ୍ତି । ବଡ ସ୍କୋର କରିପାରୁ ନାହାଁନ୍ତି । ଏହାକୁ ନେଇ ଚାରିଆଡୁ ପ୍ରଶ୍ନ ଉଠୁଛି । ଓ୍ୱେଷ୍ଟ ଇଣ୍ଡିଜ ବିପକ୍ଷ ଶେଷ ଦିନିକିଆରେ ସେ କୌଣସି ରନ୍ ନକରି ପ୍ୟାଭିଲିୟନ ଫେରିଥିଲେ । ସିରିଜରେ ସେ ମାତ୍ର ୨୬ ରନ୍ କରିଥିଲେ । ଏହାକୁ ନେଇ ରୋହିତ ଶର୍ମାଙ୍କୁ ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତର ସେ ନିଜ ଅନ୍ଦାଜରେ ଦେଇଛନ୍ତି ।
ସିରିଜ ପରେ ସାମ୍ବାଦିକ ସମ୍ମିଳନୀରେ ରୋହିତଙ୍କୁ ବିରାଟଙ୍କ ବାବଦରେ ପ୍ରଶ୍ନ କରାଯାଇଥିଲା । ବିରାଟଙ୍କୁ ଆତ୍ମବିଶ୍ୱାସ ଦେବାର ଆବଶ୍ୟକତା ଅଚି କି ବୋଲି ଜଣେ ସାମ୍ବାଦିକ ହିଟମ୍ୟାନଙ୍କୁ ପଚାରିଥିଲେ । ଏହାର ଜବାବରେ ସେ ଓଲଟା ସାମ୍ବାଦିକଙ୍କୁ ବିରାଟଙ୍କୁ କଣ ଆତ୍ମବିଶ୍ୱାସ ଦରକାର ବୋଲି ପଚାରିଥିଲେ ।
ରୋହିତ ଆହୁରି କହିଥିଲେ ଯେ, ବିରାଟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭଲ ଖେଳିଥିଲେ । ଶତକ କରିବା ବଡ କଥା ନୁହେଁ । ଦକ୍ଷିଣ ଆଫ୍ରିକା ବିପକ୍ଷ ତିନୋଟି ମୁକାବିଲାରୁ ଦୁଇଟିରେ ସେ ଅର୍ଦ୍ଧଶତକ ଲଗାଇଥିଲେ । ତାଙ୍କ ଫର୍ମକୁ ନେଇ ମ୍ୟାନେଜମେଣ୍ଟ ଆଦୌ ଚିନ୍ତିତ ନାହିଁ ।
ସୂଚନାଯୋଗ୍ୟ, ଓ୍ୱେଷ୍ଟ ଇଣ୍ଡିଜ ବିପକ୍ଷ ସିରିଜରେ କୋହଲି ସଅଳ ଆଉଟ ହୋଇଯାଇଥିଲେ । କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ ତାଙ୍କ ପ୍ରଦର୍ଶନ ଭଲ ଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com