କ୍ରୀଡ଼ା

ମହିଳା ଟି-୨୦ ବିଶ୍ୱକପ : ପ୍ରଥମ ସେମି ଫାଇନାଲ ଖେଳିବେ ଭାରତ ଓ ଅଷ୍ଟ୍ରେଲିଆ

ଭୁବନେଶ୍ୱର, ୨୩/୦୨/୨୦୨୩ –    ଗୁରୁବାର ଠାରୁ ମହିଳା ଟି-୨୦ ବିଶ୍ୱକପରେ ଆରମ୍ଭ ହେଉଛି ସେମି ଫାଇନାଲ ମ୍ୟାଚ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ଏହି ନକଆଉଟ ମ୍ୟାଚରେ ଭଲ ପ୍ରଦର୍ଶନ କରି ଫାଇନାଲରେ ନିଜ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।

ଭାରତ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଚଳିତ ଟି-୨୦ ବିଶ୍ୱକପରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଛି । ଗ୍ରୁପ୍ ପର୍ଯ୍ୟାୟରେ ଖେଳା ଯାଇଥିବା ୪ଟି ମ୍ୟାଚରୁ ୩ଟି ମ୍ୟାଚରେ ବିଜୟ ହାସଲ କରିଥିଲା ଟିମ୍ ଇଣ୍ଡିଆ । ସେପଟେ ଅଷ୍ଟ୍ରେଲିଆ ଲଗାତର ଭାବରେ ବଡ଼ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଆସୁଛି ।

ଚଳିତ ଟି-୨୦ ବିଶ୍ୱକପର ଗ୍ରୁପ୍ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ସମସ୍ତ ୪ଟି ମ୍ୟାଚ୍ ଜିତି ଗ୍ରୁପ୍-୧ରେ ଶୀର୍ଷ ସ୍ଥାନରେ ରହିଛି । ତେବେ ଅଷ୍ଟ୍ରେଲିଆ ଗ୍ରୁପ୍ ପର୍ଯ୍ୟାୟରେ ପରେ ସେମିଫାଇନାଲରେ ମଧ୍ୟ ବିଜୟ ଲାଭ କରି ଫାଇନାଲରେ ପହଞ୍ଚିବାକୁ ଚେଷ୍ଟା କରିବ । ଦକ୍ଷିଣ ଆଫ୍ରିକାର କେପଟାଉନରେ ଏହି ମ୍ୟାଚ ଖେଳାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com