କ୍ରୀଡ଼ା

ଘରେ ନୁହେଁ ଏବେ ବାହାରେ ହେବ ଲଢେଇ ! ଆଗାମୀ ଛଅ ମାସରେ ଏହି ଦଳ ସହିତ ମୁକାବିଲା କରିବ ଭାରତ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ୨-୨ରେ ଡ୍ର ସହିତ ସମାପ୍ତ ହୋଇଛି । ଟି-୨୦ ସିରିଜ୍ ସମାପ୍ତ ପରେ ବି ଭାରତୀୟ ଦଳର ଖେଳାଳିଙ୍କ ପାଇଁ ବିଶ୍ରାମ ନେବାର ସମୟ ବି ନାହିଁ । ଏବେ ଭାରତୀୟ ଦଳର କ୍ରୀଡାସୂଚୀ ବ୍ୟସ୍ତବହୁଳ ରହିଛି । ଟି୦-୨୦ ବିଶ୍ୱ କପ୍ ପର୍ଯ୍ୟନ୍ତ ଭାରତକୁ ଲଗାତାର କ୍ରିକେଟ୍ ଖେଳିବାକୁ ପଡିବ । ଏଥିରେ ଅଧିକାଂଶ ମୁକାବିଲା ବିଦେଶରେ ଖେଳାଯିବ ।

ସର୍ବପ୍ରଥମେ ଭାରତକୁ ଆୟରଲାଣ୍ଡ ବିପକ୍ଷରେ ଦୁଇଟି ଟି-୨୦ ମ୍ୟାଚ୍ ଖେଳିବାକୁ ପଡିବ । ପ୍ରଥମ ମୁକାବିଲା ଜୁନ ୨୬ ଏବଂ ଦ୍ୱିତୀୟ ଜୁନ ୨୮ରେ ଖେଳାଯିବ । ଏହି ସିରିଜରେ ଭାରତୀୟ ଦଳର ନେତୃତ୍ୱ ନେବେ ହାର୍ଦ୍ଦିକ ପାଣ୍ଡ୍ୟା । ଏହି ସମୟରେ ଦଳର ବରିଷ୍ଠ ଖେଳାଳି ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍ ପାଇଁ ପ୍ରସ୍ତୁତି କରିବେ ।

ଏହା ପରେ ଭାରତୀୟ ଦଳ ଜୁଲାଇ ୧ରୁ ଜୁଲାଇ ୫ ତାରିଖ ମଧ୍ୟରେ ଗୋଟିଏ ଟେଷ୍ଟ ମ୍ୟାଚ୍ ଖେଳିବ । ଗତ ବର୍ଷ କୋଭିଡ୍ କାରଣରୁ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଶେଷ ଟେଷ୍ଟ ମ୍ୟାଚ୍ ଖେଳାଯାଇ ପାରିନଥିଲା । ଏବେ ଅବଶିଷ୍ଟ ସିରିଜର ଗୋଟିଏ ମ୍ୟାଚ୍ ଖେଳାଯିବ । ଟେଷ୍ଟ ମ୍ୟାଚ୍ ପରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚର ଟି-୨୦ ଏବଂ ଦିନିକିଆ ସିରିଜ୍ ଖେଳାଯିବ । ଭାରତର ଇଂଲଣ୍ଡ ଗସ୍ତ ଜୁଲାଇ ୧୭ରେ ସରିବ ।

ଭାରତର ଇଂଲଣ୍ଡ ଗସ୍ତ
ଜୁନ ୨୪ ରୁ ୨୭- ୱାର୍ମ ଅପ୍ ମ୍ୟାଚ୍ ବନାମ ଲିସେଷ୍ଟସାୟର
ଜୁଲାଇ ୧ରୁ ୫- ପଞ୍ଚମ ଟେଷ୍ଟ, ଆଜବେଷ୍ଟନ
ଜୁଲାଇ ୧ ଟି-୨୦ ୱାର୍ମ ଅପ ମ୍ୟାଚ୍ ବନାମ ଡର୍ବିସାୟର
ଜୁଲାଇ ୩ ଟି-୨୦ ୱାର୍ମ ଅପ ମ୍ୟାଚ୍ ବନାମ ନର୍ଥମ୍ପଟନସାୟର
ଜୁଲାଇ ୭ ପ୍ରଥମ ଟି-୨୦, ଦ ଏଜେସ ବାଉଲ
ଜୁଲାଇ ୯ ଦ୍ୱିତୀୟ ଟି-୨୦, ଏଜବାଷ୍ଟନ
ଜୁଲାଇ ୧୦ ତୃତୀୟ ଟି-୨୦, ଟ୍ରେଣ୍ଟ ବ୍ରିଜ
ଜୁଲାଇ ୧୨ ପ୍ରଥମ ଦିନିକିଆ, ଦ ଓଭାଲ
ଜୁଲାଇ ୧୪ ଦ୍ୱିତୀୟ ଦିନିକିଆ, ଲର୍ଡ୍ସ
ଜୁଲାଇ ୧୭ ତୃତୀୟ ଦିନିକିଆ, ଓଲ୍ଡ ଟ୍ରାଫର୍ଡ

ଭାରତର ୱେଷ୍ଟଇଣ୍ଡିଜ ଗସ୍ତ

ଇଂଲଣ୍ଡ ଗସ୍ତ ପରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ଗସ୍ତ କରିବ । ଏହି ସମୟରେ ଦୁଇ ଦେଶ ମଧ୍ୟରେ ତିନୋଟି ଦିନିକିଆ ଏବଂ ୫ ଟି-୨୦ ମ୍ୟାଚ୍ ଖେଳାଯିବ। ବିଶେଷ କରି ଟି-୨୦ ସିରିଜର ଶେଷ ଦୁଇଟି ମୁକାବିଲା ଆମେରିକାରେ ଖେଳାଯିବ । ୱେଷ୍ଟଇଣ୍ଡିଜ ଗସ୍ତ ଜୁଲାଇ ୨୨ରେ ଆରମ୍ଭ ହେବ ଏବଂ ଶେଷ ମ୍ୟାଚ୍ ଅଗଷ୍ଟ ୭ରେ ଖେଳାଯିବ ।

ଭାରତର ୱେଷ୍ଟଇଣ୍ଡିଜ ଗସ୍ତ
ଜୁଲାଇ ୨୨ ପ୍ରଥମ ଦିନିକିଆ, ପୋର୍ଟ ଅଫ ସ୍ପେନ
ଜୁଲାଇ ୨୪ ଦ୍ୱିତୀୟ ଦିନିକିଆ, ପୋର୍ଟ ଅଫ ସ୍ପେନ
ଜୁଲାଇ ୨୭ ତୃତୀୟ ଦିନିକିଆ, ପୋର୍ଟ ଅଫ ସ୍ପେନ
ଜୁଲାଇ ୨୯ ପ୍ରଥମ ଟି-୨୦, ପୋର୍ଟ ଅଫ ସ୍ପେନ
ଅଗଷ୍ଟ ୦୧ ଦ୍ୱିତୀୟ ଟି-୨୦, ସେଣ୍ଟ କିଟ୍ସ ଏବଂ ନେଭିସ
ଅଗଷ୍ଟ ୦୨ ତୃତୀୟ ଟି-୨୦, ସେଣ୍ଟ କିଟ୍ସ ଏବଂ ନେଭିସ୍
ଅଗଷ୍ଟ ୬ ଚତୁର୍ଥ ଟି-୨୦, ଫ୍ଲୋରିଡା
ଅଗଷ୍ଟ ୭ ପଞ୍ଚମ ଟି-୨୦, ଫ୍ଲୋରିଡା

ଅଷ୍ଟ୍ରେଲିଆ ବିପକ୍ଷ ତିନୋଟି ଟି-୨୦ ମ୍ୟାଚ୍‌
ଏସିଆ କପର ସମାପ୍ତି ପରେ ଭାରତୀୟ ଦଳ ନିଜ ଘରେ ଅଷ୍ଟ୍ରେଲିଆ ବିପକ୍ଷରେ ତିନୋଟି ଟି-୨୦ ମ୍ୟାଚ ୍‌ଖେଳିବ । ସଂପ୍ରତି ଏହି ସିରିଜର ତାରିଖ ସ୍ପଷ୍ଟ ହୋଇ ନାହିଁ । ମାତ୍ର ଟି-୨୦ ବିଶ୍ୱ କପ୍ ପୂର୍ବରୁ ଏହା ଆୟୋଜନ ହେବାର ସମ୍ଭାବନା ରହିଛି ।

ଏହା ପରେ ମିଶନ ବିଶ୍ୱ କପ୍‌
ଏହା ପରେ ଭାରତୀୟ ଦଳର ସବୁଠୁ ବଡ ପରୀକ୍ଷା ଟି-୨୦ ବିଶ୍ୱ କପ୍ ରହିବ । ଏହା ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆ ମାଟିରେ ଖେଳାଯିବ । ଦଳର ପ୍ରଥମ ମୁକାବିଲା ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରେ ରହିଛି । ଏହା ଉପରେ ଦୁନିଆର କ୍ରିକେଟ୍ ପ୍ରଶଂସକଙ୍କ ନଜର ରହିଛି । ଭାରତୀୟ ଦଳ ଗତ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com